ଆଉ ବଢ଼ିବନି ଲୋନ୍ ମୋରାଟୋରିୟମ୍ ଅବଧି

0 72

ନୂଆଦିଲ୍ଲୀ, ୨୩ ।୩: ଆଉ ବଢ଼ିବନି ଲୋନ ମୋରାଟୋରିୟମ୍ । ଏଥିସହ ଛାଡ ହୋଇପାରିବନି ସମସ୍ତ ପ୍ରକାରର ରିହାତି । ଆଜି ଲୋନ୍ ମୋରାଟୋରିୟମ ମାମଲାକୁ ନେଇ ଏଭଳି କିଛି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଆର୍ ଭୂଷଣ ରେ‡ୀ ଏବଂ ଜଷ୍ଟିସ୍ ଏମ.ଆର ଶାହାଙ୍କ ଦ୍ୱାରା ଗଠିତ ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ଲୋନ ମୋରାଟୋରିୟମ ଅବଧି ବଢ଼ାଇବା ପାଇଁ ହୋଇଥିବା ମାମଲାର ଶୁଣାଣି କରିଛନ୍ତି । ମୋରାଟୋରିୟମର ଅବଧି ଅଗଷ୍ଟ ୩୧ ତାରିଖ ରହିଛି । ଏହାକୁ ଆଉ ଆଗକୁ ବଢ଼ାଯିବ ନାହିଁ । କେବଳ ସେତିକି ନୁହେଁ ପୁରା ସୁଧ ଛାଡ କରିବା ବି ଅସମ୍ଭବ । ଯଦି ଏଭଳି କରାଯାଏ ତେବେ ବ୍ୟାଙ୍କଗୁଡିକ ଉପରେ ପ୍ରଭାବ ପଡବି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବ୍ୟାଙ୍କ ଗୁଡିକୁ ଆଶ୍ୱସ୍ତି ମିଳିଛି । ସେପଟେ ପୂରା ରିହାତି ଛାଡ କରିବାକୁ ଆବେଦନ କରିଥିବା ବଡ଼ ବଡ଼ ରିଅଲ ଇଷ୍ଟେଟଗୁଡିକୁ ଶକ୍ତ ଧକ୍କା ଲାଗିଛି । ଏହି ନିର୍ଦ୍ଦେଶ ଦେବା ବେଳେ ଖଣ୍ଡପୀଠ କହିଛନ୍ତି, କରୋନା ମହାମାରୀ ସମୟରେ କେବଳ କମ୍ପାନୀ ନୁହେଁ ସରକାର ବି ବହୁତ କ୍ଷତି ସହିଛନ୍ତି । ଏହାସହ ଅର୍ଥନୈତୀକ ପଲିସି ମାମଲାରେ କୋର୍ଟ କୌଣସି ହସ୍ତକ୍ଷେପ କରିବେ ନାହିଁ । ସରକାର ଆରବିଆଇ ଉପରେ ଚାପ ପକାଇବାରେ କୋର୍ଟର କୌଣସି ଅଧିକାର ନାହିଁଁ । ଏହି ମାମଲା ନେଇ କେନ୍ଦ୍ର ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ଏକ ଉଲ୍ଲେଖନାମା ଦିଆଯାଇଛି । ଯେଉଁଥିରେ ସ୍ପଷ୍ଟ କୁହାଯାଇଛି ଯେ ସରକାର ବିଭିନ୍ନ ସେକ୍ଟରରେ ପର୍ଯ୍ୟାପ୍ତ ପରିମାଣର ରିହାତି ଛାଡ ହୋଇଛି । ମହାମାରୀ ସମୟରେ ଆହୁରି ଅଧିକ ଛାଡ କରିବା ସମ୍ଭବ ନୁହେଁ । କେନ୍ଦ୍ର ପକ୍ଷରୁ ଆହୁରି କୁହାଯାଇଛି ମଧ୍ୟମ ସେକ୍ଟରରେ ରିହାତି ପାଇଁ କୌଣସି ନିର୍ଦ୍ଦେଶନାମା ନାହିଁ । ଏହାପୂର୍ବରୁ ଋଣକାରୀଙ୍କ ଇଏମଆଇ ଉପରେ ଅନେକ ଛାଡ କରାଯାଇଛି । ଗତବର୍ଷ ଆରବିଆଇ ଋଣ ପ୍ରଦାନକାରୀ ସଂସ୍ଥାକୁ ମୋରିଟୋରିୟମ ନେଇ ଜଣାଇଥିଲେ । ଯାହାର ଅବଧି ୩୧ ଅଗଷ୍ଟ ଯାଏଁ ବଢାଯାଇଥିଲା । ୨୦୨୦ ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ଲୋକେ ମୋରାଟୋରିୟମ୍ ଯୋଜନାରେ ଅନେକ ଲାଭ ଉଠାଇଥିଲେ । ହେଲେ ବକେୟା ରାଶି ଉପରେ ବ୍ୟାଙ୍କ ଡବଲ ସୁଧ ମାଗୁଛନ୍ତି ବୋଲି ଗ୍ରାହକ ଅଭିୟୋଗ କରିଥିଲେ । ଆଉ ଏହି ମାମଲା ସୁପ୍ରିମକୋର୍ଟ ଯାଏଁ ପହଞ୍ଚିଥିଲା । ଫଳରେ ଏନେଇ କୋର୍ଟ କେନ୍ଦ୍ରକୁ ଜବାବ ତଲବ ମଧ୍ୟ କରିଥିଲେ । ଜବାବରେ କେନ୍ଦ୍ର ପକ୍ଷରୁ ଉତ୍ତର ରଖାଯାଇଥିଲା କି ୨ କୋଟି ଋଣର ବାକି କିସ୍ତିରେ ସୁଧ ଉପରେ ସୁଧ୍ ଲାଗୁ ହେବନି । ସରକାରଙ୍କ ଏହି ପ୍ରସ୍ତାବରେ ୨ କୋଟି ମଧ୍ୟରେ ଏମଏସଏମଇ ଲୋନ୍, ଏଜୁକେସନ ଲୋନ୍, କ୍ରେଡିଟ କାର୍ଡ ବକେୟା, କାର, ଦୁଇଚଡିଆ ଗାଡି ଲୋନ, ହୋମ୍ ଲୋନ ସହ ପର୍ସନାଲ ଲୋନ୍ ବି ସାମିଲ୍ ଅଛି ।

Leave A Reply

Your email address will not be published.