ନକ୍ସଲଙ୍କ ଭୟଙ୍କର ହମଲା: ୩ ଯବାନ ସହିଦ, ୨୧ ଆହତ

0 73

ନାରାୟଣପୁର, ୨୩ ।୩: ଛତିଶଗଡ଼ର ନାରାୟଣପୁର ଜିଲ୍ଲା କାଡେନାର ଜଙ୍ଗଲ ନିକଟରେ ନକ୍ସଲମାନେ ଭୟଙ୍କର ହମଲା କରିଛନ୍ତି । ୨୪ ଡିଆରଜି ଯବାନଙ୍କୁ ନେଇ ଯାଉଥିବା ଗୋଟିଏ ବସ୍କୁ ଟାର୍ଗେଟ କରି ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଛନ୍ତି । ଏଥିରେ ୩ ଜଣ ଯବାନ ସହିଦ ହୋଇଥିବା ଖବର ମିଳିଛି । ସେହିପରି ବସ୍ରେ ଥିବା ଆଉ ୨୧ ଜଣ ଯବାନ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି । ସୂଚନା ଅନୁସାରେ ବସ୍ଟି କାଡେନାର ଓ କାନହରଗାଓଁ ମଧ୍ୟରେ ଯିବାବେଳେ ନକ୍ସଲମାନେ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ଶିକାର ହୋଇଥିଲା । ବିସ୍ଫୋରଣ ପରେ ଆଇଟିବିପିର ୪୫ତମ ବାଟାଲିୟନର ଯବାନମାନେ ଉଦ୍ଧାର କାମ ଆରମ୍ଭ କରିଛନ୍ତି । ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଆହତ ଯବାନଙ୍କୁ ସ୍ଥାନୀୟ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛତିଶଗଡ଼ ଡିଜିପି ଡିଏମ ଅବସ୍ତୀ କହିଛନ୍ତି, ଯବାନମାନେ ନକ୍ସଲ ବିରୋଧୀ ଅପରେସନ ସାରି ଫେରୁଥିବା ବେଳେ ଏପରି ହମଲା ହୋଇଛି । ଏଥିରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଖୁବଶୀଘ୍ର ବିସ୍ତୃତ ସୂଚନା ଆସିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.