ଆସାମରେ ୧୦ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ଦେଲା ବିଜେପି

0 72

ଗୁଆହାଟି, ୨୩ ।୩: ପାଖେଇ ଆସୁଛି ଆସାମ ବିଧାନସଭା ନିର୍ବାଚନ । ଏହାରି ଭିତରେ ଆସାମର ସାଧାରଣ ଜନତାଙ୍କୁ ୧୦ ଲକ୍ଷ ନିଯୁକ୍ତିର ପ୍ରତିଶ୍ରୁତି ଦେଇଛି ବିଜେପି । ଆଜି ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି ହୋଇଛି । ଦଳର ଅଧ୍ୟକ୍ଷ ଜେପି ନ‡ା, ସର୍ବାନନ୍ଦ ସୋନୱାଲ, କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଉପସ୍ଥିତିରେ ଏହି ଇସ୍ତାହର ପତ୍ର ଜାରି କରାଯାଇଛି । ଏଥିରେ ବିଜେପି ୧୦ଟି ସଂକଳ୍ପକୁ ସ୍ଥାନ ଦେଇଛି । ଆସାମରେ ଉପଯୁକ୍ତ ଏନ୍ଆର୍ସି ଲାଗୁ କରିବା ପାଇଁ ଚିନ୍ତା କରାଯିବ ବୋଲି ବିଜେପି ତା’ର ଇସ୍ତାହାର ପତ୍ରରେ ଘୋଷଣା କରିଛି । ଏଥିସହ ଆସାମରେ ଅରୁଣଦେଇ ଯୋଜନା ଅନ୍ତର୍ଗତ ୩୦ ଲକ୍ଷ ପରିବାରକୁ ମାସିକ ୩ ହଜାର ଟଙ୍କା ସହାୟତା ମିଳିବ । ବନ୍ୟା ସମସ୍ୟା ରୋକିବା ପାଇଁ ବ୍ରହ୍ମପୁତ୍ର ଜଳଭଣ୍ଡାରର ନିର୍ମାଣ କରାଯିବ । ସମସ୍ତ ଆବାସ ଯୋଜନା ପାଇଁ ଦେଢ଼ ଲକ୍ଷ ଟଙ୍କାର ସହାୟତା ଦିଆଯିବ । ଅବୈଧ ନିର୍ମାଣକୁ ହଟାଇ ଦିଆଯିବ । ସରକାରୀ ସ୍କୁଲରେ ସମସ୍ତ ପିଲାଙ୍କୁ ମାଗଣା ଶିକ୍ଷା, ଅଷ୍ଟମ କ୍ଲାସ ପରେ ଛାତ୍ରଛାତ୍ରୀଙ୍କୁ ସାଇକେଲ ଦେବାକୁ ବିଜେପି ଘୋଷଣା କରିଛି । ଏଥିସହ ଆତ୍ମନିର୍ଭର ଆସାମ ପାଇଁ ଅଭିଯାନ ଆରମ୍ଭ ହେବ । ସବୁ କ୍ଷେତ୍ରରେ ସହାୟତା କରାଯିବ । ଆସାମକୁ ଦେଶର ନିଯୁକ୍ତି ହବ୍ ରୂପେ ଗଠନ କରାଯିବ । ୨ ଲକ୍ଷ ଲୋକଙ୍କୁ ସରକାରୀ କ୍ଷେତ୍ରରେ ଚାକିରି, ଅନ୍ୟ ଘରୋଇ କ୍ଷେତ୍ରରେ ୮ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି । କେବଳ ସେତିକି ନୁହେଁ ସ୍ୱାମୀ ବିବେକାନନ୍ଦଙ୍କ ନାଁରେ ଯୋଜନା ଆରମ୍ଭ କରାଯିବ । ଏହି ଯୋଜନା ଜରିଆରେ ୧୦ ଲକ୍ଷ ଯୁବପିଢ଼ିଙ୍କୁ ରୋଜଗାର ପ୍ରଦନା କରିବା ଲକ୍ଷ ରହିଛି । ସମସ୍ତଙ୍କୁ ଜମି ମାଲିକାନାର ଅଧିକାର ମିଳିବ । ନିର୍ବାଚନୀ ଇସ୍ତାହାରରେ ଘୋଷଣା ସମୟରେ ନ‡ା ଗତ ୫ ବର୍ଷରେ ବିଜେପି ସରକାରର ସଫଳତାର ହିସାବ ଦେଇଛନ୍ତି । ଏଥିସହ ଚଳିତ ଥର ମଧ୍ୟ ଦଳକୁ ବିଜୟୀ କରାଇବା ଲାଗି ବିପୁଳ ସଂଖ୍ୟା ଭୋଟ ଦେବାକୁ ଆସାମବାସୀଙ୍କୁ ଅପିଲ କରିଛନ୍ତି ନ‡ା ।

Leave A Reply

Your email address will not be published.