ଓଡ଼ିଶା ଆସୁଥିବା ୪ ମହିଳାଙ୍କୁ ଟ୍ରେନରୁ ଓହ୍ଲାଇଦେଲେ ଏବିଭିପି ସଭ୍ୟ

0 66

ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ : ଶାହା

ଲକ୍ଷେ୍ନø, ୨୪ ।୩ : କେରଳର ୨ ଜଣ ନନ୍ ଓ ତାଙ୍କର ୨ ସହଯୋଗୀଙ୍କୁ ଜୋରଜବରଦସ୍ତି ଚଳନ୍ତା ଟ୍ରେନ୍ରୁ ଓହ୍ଲାଇ ଦେଇଛନ୍ତି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ସଦସ୍ୟ । ନନ୍ଙ୍କ ଦୁଇ ସହଯୋଗୀ ଓଡ଼ିଶାର ରାଉରକେଲାର ବୋଲି ଜଣାପଡ଼ିଛି । ଏମାନେ ସମସ୍ତେ ଦିଲ୍ଲୀରୁ ଓଡ଼ିଶାର ରାଉରକେଲା ଉକ୍ରଳ ଏକ୍ସପ୍ରେସରେ ଆସୁଥିଲେ । ୨ ଜଣ ନନ୍ ଧର୍ମାନ୍ତୀକରଣରେ ସାମିଲ ଥିବା ଅଭିଯୋଗ କରି ଏବିଭିପିର ସଦସ୍ୟମାନେ ଏପରି କରିଛନ୍ତି । ଏବିଭିପି ପକ୍ଷରୁ ସମସ୍ତ ୪ ମହିଳାଙ୍କୁ ଉତ୍ତର ପ୍ରଦେଶର ଝାନସୀ ଠାରେ ଟ୍ରେନ୍ରୁ ଓହ୍ଲାଇ ଦିଆଯିବା ସହ ସେମାନଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ତେବେ ରେଳ ଷ୍ଟେସନରେ ପୁଲିସ୍ ଘଟଣାର ଯାଞ୍ଚ କରି ନନ୍ମାନେ କୌଣସି ପ୍ରକାରର ଧର୍ମାନ୍ତରୀକରଣରେ ସାମିଲ ନଥିବା ଜାଣିବାକୁ ପାଇଥିଲେ । ଏହାପରେ ସମସ୍ତ ନନ୍ ଟ୍ରେନ୍ରେ ବସି ନିଜର ଗନ୍ତବ୍ୟ ସ୍ଥଳ ରାଉରକେଲାକୁ ଯାଇଥିଲେ । ଏହି ଘଟଣାକୁ ନେଇ କେରଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କେରଳ ମୁଖ୍ୟମନ୍ତ୍ରୀ ପିନରୟି ବିଜୟନ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଶ୍ରୀ ଶାହ ମଧ୍ୟ ଅଭିଯୁକ୍ତ ଏବିଭିପି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଝାନସୀରେ ନନ୍ମାନଙ୍କୁ ହଇରାଣ କରିଥିବା ଘଟଣାରେ ସାମିଲ ଥିବା ଲୋକଙ୍କୁ ନିଶ୍ଚିତ ଆଇନର ସମ୍ମୁଖୀନ ହେବାକୁ ପଡ଼ିବ । ଶୁକ୍ରବାର ଝାନସୀରେ ଘଟିଥିବା ଘଟଣାକୁ ନେଇ ବିଜୟନ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ଯେ ଏଭଳି ଘଟଣା ଦେଶର ଭାବମୂର୍ତ୍ତି ତଥା ଏହାର ଧାର୍ମିକ ସହନଶୀଳତାକୁ କ୍ଷୁର୍ଣ୍ଣ କରୁଛି । କେନ୍ଦ୍ର ସରକାର ଏଭଳି ଘଟଣାକୁ ଦୃଢ଼ ଭାବେ ନିନ୍ଦା କରିବା ଉଚିତ । ମୁଁ ଅନୁରୋଧ କରୁଛି ଯେ ଆପଣ(ସ୍ୱରାଷ୍ଟ୍ର ମନ୍ତ୍ରୀ) ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ସମ୍ବିଧାନ ଦ୍ୱାରା ପ୍ରଦତ୍ତ ଅଧିକାରକୁ ଛଡ଼ାଇ ନେବାକୁ ଚେଷ୍ଟା କରୁଥିବା ଗ୍ରୁପ୍ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ସମ୍ବିଧାନ ଆମକୁ ସବୁଆଡ଼େ ମୁକ୍ତ ଓ ଅବାଧ ଭ୍ରମଣ ପାଇଁ ଅଧିକାର ଦେଇଛି । ସେହିପରି ଆମେ ନିଜ ଇଚ୍ଛାରେ ପୋଷାକ ମଧ୍ୟ ପରିଧାନ କରିପାରିବା । ଶୁକ୍ରବାର ଯାହା ଘଟିଲା, ତାହା ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକଙ୍କୁ ବହୁତ ଆଘାତ ଦେଇଛି । ଏହା ମୌଳିକ ଅଧିକାରର ଉଲ୍ଲଙ୍ଘନ । ସେମାନଙ୍କୁ ଜୋରଜବରଦସ୍ତ ପୋଷାକ ବଦଳାଇବାକୁ କୁହାଯାଇଥିଲା । ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଫାଦର ଜ୍ୟାକୋବ କହିଛନ୍ତି । ନନ୍ମାନେ ମାର୍ଚ୍ଚ ୧୯ରେ ହରିଦ୍ୱାର-ପୁରୀ ଉକ୍ରଳ ଏକ୍ସପ୍ରେସରେ ଯାତ୍ରା କରୁଥିଲେ । ସାମ୍ନାକୁ ଆସିଥିବା ୨୫ ସେକେଣ୍ଡର ଭିଡିଓରେ ଟ୍ରେନ୍ର ଗୋଟିଏ କୋଚ୍ରେ ନନ୍ମାନଙ୍କୁ କିଛି ଲୋକ ଘେରି ରହିଛନ୍ତି । ଘେରି ରହିଥିବା ଲୋକଙ୍କ ମଧ୍ୟରେ କିଛି ପୁଲିସ୍ ମଧ୍ୟ ରହିଥିବା ଦେଖିବାକୁ ମିଳିଛି । ରେଳବାଇ ପୁଲିସ୍ ପକ୍ଷରୁ କୁହାଯାଇଛି, ଏବିଭିପିର କିଛି ସଦସ୍ୟ ଋଷିକେଶରେ ଆୟୋଜିତ ଟ୍ରେନିଂ କ୍ୟାମ୍ପରୁ ଝାନସୀ ଆସୁଥିଲେ । ଏହି ଉକ୍ରଳ ଏକ୍ସପ୍ରେସରେ ୪ ଜଣ ଖ୍ରୀଷ୍ଟିଆନ ମହିଳା ହଜରତ ନିଜାମୁଦ୍ଦିନରୁ ଓଡ଼ିଶାର ରାଉରକେଲା ଫେରୁଥିଲେ । ଏହି ୪ ଖ୍ରୀଷ୍ଟିଆନ ମହିଳାଙ୍କ ମଧ୍ୟରେ ୨ ଜଣ ନନ୍ ଓ ୨ ଜଣ ନନ୍ ପାଇଁ ଟ୍ରେନିଂ ନେଉଥିବା ମହିଳା ଥିଲେ । ୨ ଜଣ ନନ୍ ଓଡ଼ିଶାର ଦୁଇ ମହିଳାଙ୍କୁ ଧର୍ମାନ୍ତୀକରଣ କରିବାକୁ ଚାହୁଁଥିବା ସେମାନେ ସନ୍ଦେହ କରିଥିଲେ ।

Leave A Reply

Your email address will not be published.