ଚଢ଼ଉ ଭୟରେ ୨୦ ଲକ୍ଷ ଜାଳିଦେଲେ ତହସିଲଦାର

0 73

ଜୟପୁର, ୨୫ ।୩: ଚଢ଼ଉ ଭୟରେ ଦୁର୍ନୀତିଖୋର ଅଫିସର ଆପଣାଇଲେ ନୂଆ ପନ୍ଥା । କବାଟ ବନ୍ଦ କରି ଲାଞ୍ଚ ନେଇଥିବା ପୁଳା ପୁଳା ଟଙ୍କାକୁ ନିଆଁ ଲଗାଇ ଜାଳିଦେଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ସିରୋହି ଜିଲ୍ଲାରେ । ସିରୋହି ଜିଲ୍ଲାର ପିଣ୍ଡ ବାରାତ ତହସିଲଦାର କଳ୍ପେଶ କୁମାର ଜୈନ ଏଭଳି କାଣ୍ଡ ଘଟାଇଛନ୍ତି । ଦୁର୍ନୀତି ନିବାରଣ ଟିମ୍ ଚଢ଼ଉ କରିବା ପୂର୍ବରୁ ସେ ଘରେ ରଖିଥିବ ପ୍ରାୟ ୨୦ ଲକ୍ଷ ଟଙ୍କାକୁ ଗ୍ୟାସ୍ ଉପରେ ରଖି ପୋଡି ଦେଇଛନ୍ତି । ତେବେ କବାଟ ଭାଙ୍ଗି ଦୁର୍ନୀତି ନିବାରଣ ଟିମ୍ ଅଧା ପୋଡ଼ି ଯାଇଥିବା ଟଙ୍କାକୁ ଜବତ କରିବା ସହ ତହସିଲଦାର କଳ୍ପେଶ କୁମାରଙ୍କୁ ଗିରଫ କରିଛି । ସୂଚନା ମୁତାବକ, ଉକ୍ତ ତହସିଲଦାର ନିଜ ରାଜସ୍ୱ ନୀରିକ୍ଷକଙ୍କ ଜରିଆରେ ପିଣ୍ଡୱାଡାରେ ଚାଲିଥିବା ଅଁଳା ଉତ୍ପାଦପନର ଠିକା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ଦୁର୍ନୀତି ନିବାରଣ ଟିମ୍ ସେଠାରେ ପହଞ୍ଚି ଲାଞ୍ଚ ନେଉଥିବା ରାଜସ୍ୱ ନୀରିକ୍ଷକ ପରବତ୍ ସିଂହଙ୍କୁ ଗିରଫ କରିଥିଲା । ତେବେ ପରବତ୍ ସିଂହ ଉକ୍ତ ଟଙ୍କା ତହସିଲଦାରଙ୍କ ପାଇଁ ନେଇଥିବା ନିଜ ବୟାନରେ କହିଥିଲେ । ପରେ ଦୁର୍ନୀତି ନିବାରଣ ଟିମ୍ ତହସିଲଦାରଙ୍କ ଘରେ ଚଢ଼ଉ ପାଇଁ ପହଞ୍ଚିଥିଲା । କଳ୍ପେଶ ଦୁର୍ନୀତି ନିବାରଣ ଟିମ୍ ଘରକୁ ଆସୁଥିବା ଦେଖି ହଠାତ ଘରର କବାଟ ଝରକା ସବୁ ବନ୍ଦ କରିଦେଇଥିଲେ । ଏହାପରେ ଲାଞ୍ଚ ଟଙ୍କାକୁ ଗ୍ୟାସ୍ ବର୍ନର ଉପରେ ରଖି ନିଆଁ ଲଗାଇ ଦେଇଥିଲେ । କଳ୍ପେଶ କବାଟ ନଖୋଲିବାରୁ ଦୁର୍ନୀତି ନିବାରଣ ଟିମ୍ କବାଟ ଭାଙ୍ଗି ଘରେ ପଶିଥିଲା । ଅଧା ଜଳା ନୋଟ ସହ ତହସିଲଦାର କଳ୍ପେଶଙ୍କୁ ଟିମ୍ ଗିରଫ କରିଥିଲା । ଏଥିସହ ତାଙ୍କ ନିକଟରୁ ଆହୁରି ଲକ୍ଷେ ୬୦ ହଜାର ଟଙ୍କା ଜବତ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.