କମିଲା ପେଟ୍ରୋଲ ଓ ଡିଜେଲ୍ ଦର

0 64

ନୂଆଦିଲ୍ଲୀ, ୨୫ ।୩: ଦୀର୍ଘଦିନ ଧରି ହୁ ହୁ ବଢ଼ି ଚାଲିଥିବା ପେଟ୍ରୋଲ ଓ ଡିଜେଲ୍ ଦରରେ କ୍ରମାଗତ ଦ୍ୱିତୀୟ ଦିନରେ ହ୍ରାସ ପାଇଛି । ଗୁରୁବାର ପେଟ୍ରୋଲ ଲିର୍ଟ ପିଛା ୨୧ ପଇସା ଓ ଡିଜେଲ୍ ଲିର୍ଟ ପିଛା ୨୦ ପଇସା ହ୍ରାସ ହୋଇଛି । ଏଥିସହ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିର୍ଟ ପିଛା ୯୦.୭୮ ପଇସା ଓ ଡିଜେଲ୍ ଲିଟର୍ ପିଛା ୮୧.୧୦ ପଇସା ହୋଇଛି । ଅନ୍ତର୍ଜାତୀୟ ମାର୍କେଟରେ ଅଶୋଧିତ ତୈଳ ଦର ଲଗାତର ହ୍ରାସ ପାଇଥିବାରୁ ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦର କମିଛି । ଦୀର୍ଘ ୬ ମାସ ପରେ ପ୍ରଥମଥର ଲାଗି ବୁଧବାର ତୈଳ ଦର ହ୍ରାସ ପାଇଥିଲା । ବୁଧବାର ପେଟ୍ରୋଲ ଲିଟର୍ ପିଛା ୧୮ ପଇସା ଓ ଡିଜେଲ୍ ଲିଟର୍ ପିଛା ୧୭ ପଇସା କମିଥିଲା । ଗତବର୍ଷ ମାର୍ଚ୍ଚ ମାସ ଠାରୁ କେନ୍ଦ୍ର ସରକାର ଉଭୟ ପେଟ୍ରୋଲ ଓ ଡିଜେଲରେ ଏକ୍ସସାଇଜ୍ ଡ୍ୟୁଟି ବଢ଼ାଇଥିଲେ । ଏହିକ୍ରମରେ ପେଟ୍ରୋଲରେ ୨୧.୫୮ ଟଙ୍କା ଓ ଡିଜେଲରେ ୧୯.୧୮ ଟଙ୍କା ବୃଦ୍ଧି ପାଇଥିଲା । ଲଗାତର ତୈଳ ଦର ବୃଦ୍ଧି ହେତୁ ସାଧାରଣ ଲୋକ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । ଏବେ ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପାଇଥିବାରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ହେବ । ଗତ ମାସରେ ରାଜସ୍ଥାନ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଭଳି ରାଜ୍ୟର କିଛି ସହରରେ ପେଟ୍ରୋଲ ଦର ଲିଟର୍ ପିଛା ୧୦୦ ଛୁଇଁଥିଲା । ମୁମ୍ବାଇରେ ଗୁରୁବାର ପେଟ୍ରୋଲ ଦର ୯୭.୪୦ ଟଙ୍କାରୁ ୯୭.୧୯ ଟଙ୍କା ହୋଇଥିବା ବେଳେ ଡିଜେଲ୍ ଦର ୮୮.୪୨ ଟଙ୍କାରୁ ୮୮.୨୦ ଟଙ୍କା ହୋଇଛି । ସେହିପରି ଚେନ୍ନାଇରେ ପେଟ୍ରୋଲ୍ ଲିଟର୍ ପିଛା ୯୨.୭୭ ଟଙ୍କା ଓ ଡିଜେଲ୍ ଦର ଲିଟର ପିଛା ୮୬.୧୦ ଟଙ୍କା ହୋଇଛି । କୋଲକାତାରେ ପେଟ୍ରୋଲ୍ ଲିଟର୍ ପିଛା ୯୦.୯୮ ଟଙ୍କା ଓ ଡିଜେଲ୍ ଲିର୍ଟ ପିଛା ୮୩.୯୮ ଟଙ୍କାରେ ବିକ୍ରି ହେଉଛି ।

Leave A Reply

Your email address will not be published.