ଟିଏମସି ନେତାଙ୍କ ବିବାଦୀୟ ବୟାନ

0 73

ସବୁ ମୁସଲମାନଙ୍କୁ ୪ଟି ଲେଖାଏଁ ଛୁଆ ଜନ୍ମ କରିବାକୁ ଆହ୍ୱାନ

କୋଲକାତା, ୨୫ ।୩: ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗର ରାଜନୀତିକ ମାହୋଲ ଗରମ ରହିଛି । ମୁଖ୍ୟତଃ ବିଜେପି ଏବଂ ଟିଏମସି ମଧ୍ୟରେ ଆରୋପ ପ୍ରତ୍ୟାରୋପ ରାଜନୀତିକୁ ସରଗରମ କରି ରଖିଛି । ପ୍ରଚାର କରିବା ବେଳେ ଶାସକ ଦଳ ଟିଏମସି ନେତା ଶେଖ ଆଲମ ଏହି ସମୟରେ ବିବାଦୀୟ ବୟାନ ଦେଇଛନ୍ତି । ଆଉ ଭାରତରେ ରହି ପାକିସ୍ତାନ ତିଆରି କରିବା ପାଇଁ ଲୋକଙ୍କୁ ଆହ୍ୱାନ କରିଛନ୍ତି । ମୁସଲମାନ ମାନେ ଅଧିକରୁ ଅଧିକ ଛୁଆ ଜନ୍ମ କରି ନୂଆ ପାକିସ୍ତାନ ତିଆରି କରିବା ଦରକାର ବୋଲି ଶେଖ ଆଲାମ କହିଛନ୍ତି । ଯାହାକୁ ନେଇ ପଶ୍ଚିମବଙ୍ଗରେ ଭୋଟ୍ ବ୍ୟାଙ୍କ ରାଜନୀତି ଜୋରଦାର ହୋଇଛି । ଶେଖ ଆଲମ କହିଛନ୍ତି ଆମେ ସାରା ଭାରତରେ ୩୦ ପ୍ରତିଶତ ସେମାନେ ୭୦ ପ୍ରତିଶତ ରହିଛନ୍ତି । ସେମାନେ ୭୦ ପ୍ରତିଶତ ଭୋଟ୍ ପାଇ କ୍ଷମତାକୁ ଆସିବେ । ଯଦି ଆମେ ସମସ୍ତେ ମୁସଲମାନ ଏକାଠି ହୋଇ ୪ଟି ଲେଖାଏଁ ଛୁଆ ଜନ୍ମ କଲେ ୪ଟି ପାକିସ୍ତାନ ତିଆରି କରିପାରିବୁ । ଆଉ ଯଦି ମୁସଲନମାନ ମାନେ ଏକାଠି ହେବେ ତାହେଲେ ୭୦ ପ୍ରତିଶତ ଲୋକମାନେ କୁଆଡେ ଯିବେ ବୋଲି ସପ୍ରଶ୍ନ କରିଛନ୍ତି ମମତା ବାନାର୍ଜୀଙ୍କ ଦଳର ଏହି ନେତା । ବିରଭୁମ ଜିଲ୍ଲାଲ ନାନୁର ବିଧାନସଭାର ଟିଏମସି ପ୍ରାର୍ଥୀ ବିଧାନଚନ୍ଦ୍ର ମାଝୀଙ୍କ ପାଇଁ ଶେଖ ଆଲମ ପ୍ରଚାର କରିବା ବେଳେ ଏଭଳି ମନ୍ତବ୍ୟ ରଖିଛନ୍ତି । ଆଲାମଙ୍କ ଏଭଳି ବିବାଦୀୟ ବୟାନକୁ ନେଇ ମଧ୍ୟ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ ତଥା ଦଳର ମହାସଚିବ କୌଳାଶ ବିଜୟଭର୍ଗିଆ ପ୍ରତିକ୍ରିୟା ରଖିଛନ୍ତି । ଟ୍ୱିଟ୍ କରି ସେ କହିଛନ୍ତି, ମମତା ବାନାର୍ଜୀ ଭୋଟ୍ ପାଇବା ପାଇଁ ଯାହା କରୁଛନ୍ତି ତାହା ଆଶ୍ଚର୍ଯ୍ୟଜନକ । ସୂଚନାଯୋଗ୍ୟ ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମସି ମୁଖ୍ୟତଃ ଧର୍ମକୁ ନେଇ ରାଜନୀତି ଚାଲିଛି । ବିଜେପି କଟ୍ଟର ହିନ୍ଦୁତ୍ୱର କାର୍ଡ ଖେଳି ନିର୍ବାଚନ ଲଢ଼ୁଥିବା ବେଳେ ଟିଏମସି ମୁସଲିମ ସମ୍ପ୍ରଦାୟର ଭୋଟ୍ ବ୍ୟାଙ୍କକୁ ଆଖି ଆଗରେ ରଖି ରାଜନୀତି କରୁଛନ୍ତି । ରାଜ୍ୟରେ ମମତା ତୁଷ୍ଟିକରଣ ରାଜନୀତି କରୁଛନ୍ତି ବୋଲି ବିଜେପି ବାରମ୍ବାର ଅଭିଯୋଗ କରୁଛି । ହେଲେ ମମତା ବିଜେପିର ଅଭିଯୋଗକୁ ଖଣ୍ଡନ କରିବା ସହିତ ସେ ଜଣେ ହିନ୍ଦୁ ଝିଅ ବୋଲି କହିଛନ୍ତି । ଏମିତିକି ସେ ପ୍ରତିଦିନ ଘରୁ ବାହାରିବା ପୂର୍ବରୁ ଚଣ୍ଡିପାଠ କରନ୍ତି ।

Leave A Reply

Your email address will not be published.