ନାଳକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍, ୧୨ ଗୁରୁତର

0 75

ଅମୃତସର, ୨୫ ।୩: ନାଳକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍ । ଗୁରୁବାର ବସଟି ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ପଞ୍ଜାବ ସ୍ଥିତ ଫରିଦକୋଟରେ ଏକ ନାଳକୁ ଖସିପଡ଼ିଛି । ବସ ଭିତରେ ବସିଥିବା ୧୨ ଯାତ୍ରୀ ଏବେ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ, ଫରିଦକୋଟ-ଫିରୋଜପୁର ରୋଡରେ ଏହି ଦୁର୍ଘଟଣା ଘଟିଛି । ବସଟି ଏକ ପୋଲ ଉପରେ ଯାଉଥିବା ବେଳେ ହଠାତ୍ ଗୋଟିଏ ଟାୟାର ଫାଟିଯାଇଥିଲା । ଆଉ ଡ୍ରାଇଭର ବସ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ । ପରିଣାମ ସ୍ୱରୂପ ବସଟି ପୋଲ ତଳକୁ ଖସିପଡ଼ିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚିଥିବା ସୂଚନା ରହିଛି । ହେଲେ ବସରେ ମୋଟ୍ କେତେ ଜଣ ଯାତ୍ରୀଥିଲେ ଓ ଯାତ୍ରୀଙ୍କ ପରିଚୟ ବାବଦରେ ସୂଚନା ମିଳିପାରି ନାହିଁ ।

Leave A Reply

Your email address will not be published.