କୋଭିଡ୍ ହସ୍ପିଟାଲରେ ନିଆଁ: ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

0 69

ମୁମ୍ବାଇ, ୨୬ ।୩: ମହାରାଷ୍ଟ୍ରର ମୁମ୍ବାଇରେ ଥିବା ଗୋଟିଏ କୋଭିଡ୍ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି । ଭନଦୁପ ସ୍ଥିତ ଡ୍ରମ୍ସ ମଲ୍ର ତୃତୀୟ ମହଲାରେ ଥିବା ସନରାଇଜ୍ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ଏବେ ବି ହସ୍ପିଟାଲରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରଥମେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଥିଲା । ହେଲେ ଏବେ ହସ୍ପିଟାଲରୁ ଆଉ ୭ ଜଣଙ୍କ ମୃତଦେହ ମିଳିଛି । ଫଳରେ ମୋଟ ମୃତ୍ୟୁସଂଖ୍ୟା ୯ରେ ପହଞ୍ଚିଛି । ଉଦ୍ଧାରକାରୀ ଦଳ ଅଗ୍ନିକାଣ୍ଡ ଯୋଗୁଁ ୯ ଜଣଙ୍କ ମୃତ୍ୟୁ ଘଟିଥିବା କହୁଥିଲେ ହେଁ ହସ୍ପିଟାଲ କିଛି ଅଲଗା କଥା କହିଛି । ନିଆଁ ଲାଗିବା ଯୋଗୁ ନୁହେଁ ବରଂ କୋଭିଡ ଯୋଗୁ ୯ ଜଣଙ୍କ ମୃତ୍ୟୁ ଘଟିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି । ସୂଚନା ଅନୁସାରେ ରାତି ପ୍ରାୟ ୧୨.୩୦ରେ ହସ୍ପିଟାଲରେ ନିଆଁ ଲାଗିଥିଲା । ଖବର ପାଇ ୨୩ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ଲାଗିଥିଲେ । ସକାଳ ୫.୩୦ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା । ହେଲେ ଏବେ ଅଗ୍ନିଶମ ବାହିନୀର ମୁଖ୍ୟ ଅଧିକାରୀ କହିଛନ୍ତି, ଡ୍ରିମ୍ସ ମଲ ଭିତରେ ଥିବା ସନରାଇଜ୍ ହସ୍ପିଟାଲରେ ମୋଟ ୭୬ ଜଣ ରୋଗୀ ରହିଥିଲେ । ଆମେ ପ୍ରଥମେ ଦୁଇ ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତଦେହ ଠାବ କରିଥିଲୁ । ଏବେ ଏହି ସଂଖ୍ୟା ୯କୁ ବୃଦ୍ଧି ପାଇଛି । ୭୬ ଜଣ ରୋଗୀଙ୍କ ମଧ୍ୟରୁ ୭୩ ଜଣ ହେଉଛନ୍ତି କୋଭିଡ୍ ଆକ୍ରାନ୍ତ । ହସ୍ପିଟାଲ ମଧ୍ୟରୁ ରୋଗୀଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁମ୍ବାଇ ମେୟର କହିଛନ୍ତି, ହସ୍ପିଟାଲରେ ନିଆଁ କେମିତି ଲାଗିଲା, ତାହା ଜଣାପଡ଼ିନି । ପ୍ରଥମଥର ପାଇଁ ମଲ୍ ଭିତରେ ହସ୍ପିଟାଲ ଥିବା ମୁଁ ଦେଖିବାକୁ ପାଇଛି । ହସ୍ପିଟାଲରେ ୭୦ରୁ ଅଧିକ ରୋଗୀ ଥିଲେ । କରୋନା ଆକ୍ରାନ୍ତମାନେ ମଧ୍ୟ ଏଠାରେ ଚିକିତ୍ସିତ ହେଉଥିଲେ । ସେମାନଙ୍କୁ ସ୍ଥାନୀୟ ଫୋରଟିସ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.