ମୁହାଁମୁହିଁ ହେଲେ ଦୁଇ ଟ୍ରେନ୍: ୩୨ ମୃତ, ଶତାଧିକ ଆହତ

0 72

କାଇରୋ, ୨୬ ।୩: ଶୁକ୍ରବାର ଦୁଇ ଟ୍ରେନ ମୁହାଁମୁହିଁ ହେବା ପରେ ଇଜିରେ ବଡ଼ ଦୁର୍ଘଟଣା ଘଟିଛି । ଏଥିରେ ଖବର ଲେଖାହେବା ସୁଦ୍ଧା ୩୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୪ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ଇଜିର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଦୁର୍ଘଟଣା ବାବଦରେ ସୂଚନା ଦେଇଛି । ଇଜିର ସୋହାଗ ପ୍ରାନ୍ତରେ ଥିବା ତହତା ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ରାଜଧାନୀ କାଇରୋରୁ ୪୬୦ କିଲୋମିଟର ଦୂରରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ବାବଦରେ ସୂଚନା ମିଳିବା ପରେ ଘଟଣାସ୍ଥଳରେ ଆମ୍ବ୍ୱୁଲାନ୍ସ ପହଞ୍ଚିଥିଲା । ଘଟଣାସ୍ଥଳରେ ୩୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ୮୪ରୁ ଅଧିକ ଆହତ ହୋଇଛନ୍ତି । ସ୍ଥାନୀୟ ହସ୍ପିଟାଲରେ ଆହତ ମାନଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ତେବେ ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ । ସୂଚନାଯୋଗ୍ୟ ନିକଟ କିଛିବର୍ଷରେ ଇଜିରେ ଟ୍ରେନ ଦୁର୍ଘଟଣା ଅତିମାତ୍ରାରେ ବଢ଼ି ଚାଲିଛି । ରେଳ ଲାଇନର ଭିତ୍ତିଭୂମୀ ଦୁର୍ବଳ ହୋଇଯାଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି । ଏହା ପୂର୍ବରୁ ରାଜଧାନୀ କାଇରୋରେ ୨୦୦୨ରେ ଟ୍ରେନ ଦୁର୍ଘଟଣା ହୋଇଥିଲା । ଏଥିରେ ୩୭୩ ଜଣ ମୃତ୍ୟୁବରଣ କରିଥିଲେ । ଯାହାକି ସବୁଠାରୁ ଭୟଙ୍କର ଦୁର୍ଘଟଣା ଥିଲା । ସେହିପରି ଗତବର୍ଷ ମାର୍ଚ୍ଚରେ ଦୁଇ ଯାତ୍ରିବାହୀ ଟ୍ରେନ ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ୧୩ ଜଣ ଆହତ ହୋଇଥିଲେ । ପାଣିପାଗ ଖରାପ ଏବଂ ସିଗନାଲରେ ତ୍ରୁଟି ଥିବାରୁ ସେତେବେଳେ ଏହି ଦୁର୍ଘଟଣା ଘଟିଥିଲା ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.