ସିଆରପିଏଫ ଗାଡି ଧକ୍କାରେ ବିଧବା ପାଗଳୀ ଙ୍କ ମୃତ୍ୟୁ

0 64

କଲ୍ୟାଣ ସିଂହପୁର(ଡ଼ି କେ ନ୍ୟୁଜ) ତା-୨୮/୩ ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ  ସାଇମନ୍ଦିର ନିକଟସ୍ଥ ରାସ୍ତାପାର୍ଶ୍ଵରେ ବିଧବା ପାଗିଲି ଶଇଥିବା ବେଳେ ସିଆରପିଏଫ ଗାଡି ଧକ୍କା ହୋଇଥିବା ଦେଖିବାକୁମିଳିଛି। ସୂଚନା ଅନୁଯାଇ କାଠ ସଂଗ୍ରହ କରିବା ପାଇଁ ଯାଉଥିବା ବେଳେ ସାଇ ମନ୍ଦିର ନିକଟରେ ବିଧବା ପାଗିଲି ନାରାମା ଲୁହା (୫୫ ) ଧକ୍କାଦେଇଥିଲା ଯାହାଫଳରେ ମୁଣ୍ଡରେ ଗଭୀର ଆଘାତ ହୋଇ ଛଟପଟ ହେଉଥିବା ବେଳେ ଉକ୍ତ ସିଆରପିଏଫ ଗାଡି ରେ ଯବାନ ମାନେ ଆହତ ପାଗେଲି କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ।ଏଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ପାଗେଲି ର ମୁଣ୍ଡରେ ଗଭୀର ଆଘାତ ହୋଇଥିବାରୁ ଜିଲ୍ଲା ଚିକିତ୍ସା ଳୟ କୁ ପଠାଇଥିଲେ । ଉକ୍ତ ପାଗେଲିକୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେବାପାଇଁ କୌଣସି ସମ୍ପର୍କୀୟ ନଥିବାରୁ ପାଗେଲିର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅପରାହ୍ନରେ ମୃତ୍ୟୁ ହୋଇଛି । ଉକ୍ତ ପାଗେଲିଟିର ବାପା ଘର ଗାଁ ପଡେଇକାନି, ତାକୁ ସୁନାଖଣ୍ଡି ପଞ୍ଚାୟତ ର  ପ୍ରଧାନୀ ଗୁଡା ରେ  ସ୍ୱାମୀ ଶତ୍ରୁଘନ ଲୁହା ଙ୍କୁ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ସ୍ବାମୀ  ମୃତ୍ୟୁବରଣ କରିଥିଲେ। ସ୍ୱାମୀଙ୍କ ମୃତ୍ୟୁ ର ଏକ ବର୍ଷ ପରେ ପ୍ରାୟ୧୫ବର୍ଷ ହେବ ପାଗେଲି ହୋଇ ଘୁରି ବୁଲୁଥିଲା । ଭାଗ୍ୟର ବିଡ଼ମ୍ବନା ଯେ ପାଗେଲି ର ସି ଆର ପି ଏଫ ଗାଡିର ଧକ୍କାରେ ମୃତ୍ୟୁ ହୋଇଛି।ଏହି ବିଷୟରେ ସିଆରପିଏଫ ଆସିସିଷ୍ଟାଣ୍ଡ କମାଡେଣ୍ଟ ଜି କ୍ରିଷ୍ଣା ରାଓ କୁ ପଚାରିବାରୁ ସେ କହିଛନ୍ତି ଯେ ଆମ ଗାଡି ଧକ୍କା ହେଇନି । ଅନ୍ୟ ଏକ ଗାଡି ଧକ୍କା ଦେଇଥିଲା ଆମ ଯବାନ ମାନେ ଦେଖି ଉଦାର କରିଛନ୍ତି ବୋଲି କହିଥିବା ବେଳେ ଅନ୍ୟ ପଟେ ସିଆରପିଏଫ ଗାଡି ରେହିଁ ଧକ୍କା ଦେଇଥିବା ସାଧାରଣ ରେ ଆଲୋଚନା ହେଉଛି। ଏହି ବିଷୟରେ କଲ୍ୟାଣ ସିଂହପୁର ଥାନା ଅଧିକାରୀ ସୁକୁମା ହଂସଦା ଙ୍କୁ ପଚାରିବାରୁ ମେଡିକାଲ ତରଫରୁ ସୂଚନା ଦେଇଛନ୍ତି କିନ୍ତୁ ପରିବାର ପକ୍ଷରୁ କୌଣସି ଏଥଲା ଦେଇନାହାଁନ୍ତି ବୋଲି କହିଛନ୍ତି।

Leave A Reply

Your email address will not be published.