ପ୍ରାଣୀ ଚିକିତ୍ସାଳୟରେ ଦୁଇ ମାସ ହେଲା ଅବ୍ୟବସ୍ଥା

0 75

କୋଲନରା :  ରାୟଗଡା ଜିଲ୍ଲା କୋଲନରା ବ୍ଲକ ସଦର ମହକୁମା ରେ ଥିବା ପ୍ରାଣୀ ଚିକିତ୍ସାଳୟ ରେ ଦୁଇ ମାସ ହେଲା ଅବ୍ୟବସ୍ଥା ଲାଗି ରହିଛି । ଲୋକେ ଗୃହ ପାଳିତ ପଶୁ ଙ୍କ ର ଚିକିତ୍ସା ପାଇଁ ଆସି ନିରାଶ ହୋଇ ଫେରୁଥିବା ବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସ୍ଥାନୀୟ ଖବର ନେବାରେ ଜଣା ପଡ଼ିଛି ଯେ , ଏହି ପ୍ରାଣୀ ଚିକିତ୍ସାଳୟ ରେ ଜଣେ ଅତିରିକ୍ତ ଭି ଏସ, ଜଣେ ବି ଭି ଓ, ଜଣେ ଅତିରିକ୍ତ ଏମ ଭି ଓ, ଜଣେ ପିଅନ, ଜଣେ ରାତ୍ର ଜଗୁଆଳି। ଏଠାରୁ ଦୁଇ ମାସ ତଳେ ଏ ଭି ଏସ ଙ୍କୁ ଅନ୍ୟତ୍ର ବଦଳି ହୋଇ ଯିବା ପରେ ସମସ୍ୟା ଦେଖା ଦେଇଛି। କେବଳ ଜଣେ ବିଭିଓ ଙ୍କୁ ନେଇ ଚାଲିଛି ପ୍ରାଣୀ ଚିକିତ୍ସାଳୟ । ବିଭିଓ ଙ୍କ ର ଅନୁପସ୍ଥିତି ରେ ଜଣେ ବି କର୍ମଚାରୀ ଏଠାରେ ନାହାନ୍ତି ଗୃହ ପାଳିତ ପଶୁ ସମ୍ପଦ ର ଚିକିତ୍ସା କରିବା ପାଇଁ। ଆଜି ଭୁଜବଳ ଗାଁ ଲୋକେ ଗାଈ , ଗୋରୁ ଚିକିତ୍ସା ପାଇଁ ଏଠାକୁ ଆସିବା ପରେ ଜଣା ପଡ଼ିଛି ସମସ୍ୟା। ଏଠାରେ ଆବଶ୍ୟକ କର୍ମଚାରୀ ଓ ଚିକିତ୍ସା ଅଧିକାରୀ ନ ଦେଇ ଥିବା ଭି ଏସ ଙ୍କୁ କିପରି ବିଭାଗ ଅନ୍ୟତ୍ର ବଦଳି କଲା ଲୋକଙ୍କ ମନରେ ଉଠିଛି ପ୍ରଶ୍ନ । ଦିନକୁ ଦିନ ଅବ୍ୟବସ୍ଥା ବଢି ବଢି ଚାଲୁଥିବା ଯୋଗୁଁ ଲୋକେ ଏଠାରେ ବିଭାଗର କର୍ମଚାରୀ ତ ରହୁନାହାନ୍ତି କହି ଗେଟ ରେ ତାଲା ପକାଇ ଜିଲ୍ଲା ଅଧିକାରୀ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ଥିଲେ । ଗତ ୨୦ ତାରିଖରୁ ବି ଭି ଓ ଏଠାରେ ନ ଥିବା ବେଳେ ତାଙ୍କୁ ଫୋନ କଲେ ମୁଁ ଗାଁ ରେ ଅଛି ବୋଲି କହିଥିବା ଲୋକେ ଅଭିଯୋଗ କରିଛନ୍ତି। ଯେଉଁ ଠାରେ ଦୁଇ ଜଣ କର୍ମଚାରୀ ଓ ତିନି ଜଣ ଭି ଏସ ରହିବା କଥା ସେଠାରେ କେବଳ ମାତ୍ର ଜଣେ ବି ଭି ଓ ଙ୍କୁ ନେଇ ୧୭ ଟି ଗ୍ରାମ ପଞ୍ଚାୟତ ର ଜନ ସାଧାରଣ ଙ୍କର ଗୃହ ପାଳିତ ପଶୁ ଙ୍କୁ କିଭଳି ଚିକିତ୍ସା ମିଳୁ ଥିବ ତାହା ଆଜିର ଘଟଣା ପରେ ସ୍ପଷ୍ଟ ପ୍ରମାଣିତ କରୁଛି । ଲୋକଙ୍କ କହିବା ଅନୁଯାୟୀ ଆଗରୁ ଏଠାରେ ଥିବା ଏ ଭି ଏସ ଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରି ନେବା ପରେ ଏଠାରେ ଏପରି ଅଚଳାବସ୍ଥା ଆରମ୍ଭ ହୋଇଛି। ଏଠାରେ କେତେ କର୍ମଚାରୀ ରହିବା କଥା କେତେ ଅଛନ୍ତି ,କେତେ ନାହାନ୍ତି ଏହା କଣ ଜିଲ୍ଲା ଅଧିକାରୀ ଜାଣି ପାରୁ ନାହାନ୍ତି କି ? କର୍ମଚାରୀ ନ ଥିଲେ ବି ଲୋକଙ୍କୁ ସମସ୍ୟା ଜଣା ପଡୁ ନ ଥିଲା, କାରଣ ଏ ଭିଏସ ଏବଂ ବି ଭି ଓ କାମ ଚଳାଇ ନେଉଥିଲେ। କିନ୍ତୁ ବର୍ତ୍ତମାନ ସମ୍ପୂର୍ଣ ଅଚଳ ହେବା ପରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ସମସ୍ୟାର ସମାଧାନ ନେଇ ଆବଶ୍ୟକ ପଦକ୍ଷେପ ଜିଲ୍ଲା ଉଚ୍ଚ ଅଧିକାରୀ ନ ନେଲେ ଲୋକେ ଜିଲ୍ଲା ପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ରାଜ ରାସ୍ତା କୁ ଓଲ୍ହାଇବେ ବୋଲି ହରି ଉର୍ଲାକ।, ଏଙ୍କେଟି ହୁଇକା, ଜିତୁ ଚିନ୍ତାଡ଼ା, ରାଜେଶ ଷଡ଼ଙ୍ଗୀ, ଜି ରବି କୁମାର, ଲାଜର କିଲାନି, ରଙ୍ଗାଧର ପିର୍ବାକା, କାଶୀନାଥ ଚିନ୍ତାଡ଼ା, ସୁଦାମ ଗୌଡ଼, ବିଦ୍ୟା ଧର ପ୍ରଧାନୀ, ପ୍ରମୁଖ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.