ପୁଣି ଏନ୍ଆଇଏ ହାଜତକୁ ଗଲେ ସଚ୍ଚିନ ବାଜେ :୭ ତାରିଖ ଯାଏଁ ବଢିଲା ରିମାଣ୍ଡ

0 68

ମୁମ୍ୱାଇ ୩ ।୪: ମୁମ୍ୱାଇ କ୍ରାଇମବ୍ରାଞ୍ଚ ଏପିଆଇ ସଚ୍ଚିନ ବାଜେଙ୍କୁ ଶନିବାର ଏନଆଇଏ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଥିଲା । କୋର୍ଟ ତାଙ୍କୁ ଏପ୍ରିଲ ୭ ପର୍ଯ୍ୟନ୍ତ ଏନଆଇଏ ରିମାଣ୍ଡରେ ପଠାଇଛନ୍ତି । ଶନିବାର କୋର୍ଟରେ ହାଜର ବେଳେ ବାଜେଙ୍କ ଭାଇ ସୁଧରାମ ତାଙ୍କୁ ଭେଟିବାକୁ ଚାହିଁଥିଲେ । କୋର୍ଟ ତାଙ୍କୁ ୫ ମିନିଟ୍ ସମୟ ଦେଇଥିଲେ । ଏହି ସମୟରେ ସେ ଆଣିଥିବା କିଛି ପୋଷାକ ବାଜେଙ୍କୁ ଦେଇଥିବା ଜଣାପଡିଛି । ଏହ ପୂର୍ବରୁ କୋର୍ଟ ବାଜେଙ୍କୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଏନଆଇଏ ରିମାଣ୍ଡରେ ଛାଡିଥିଲେ । ଶନିବାର ଅବଧି ପୂରଣ ହେବା ପରେ ତାଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯାଇଥିବା ବେଳେ ସେ ୭ ଏପ୍ରିଲ ପର୍ଯ୍ୟନ୍ତ ଏନଆଇଏ ହାଜତରେ ରହିବେ ବୋଲି ସ୍ପଷ୍ଟ ହୋଇଯାଇଛି । ଅମ୍ବାନୀ ସୁରକ୍ଷା ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚର ଏହି ଅଧିକାରୀ ଚାକିରୀରୁ ନିଲମ୍ବିତ ହୋଇଥିବା ବେଳେ ତାଙ୍କୁ ଏନଆଇଏ ଗିରଫ କରିଛି ପୂର୍ବଥର କୋର୍ଟରେ ହାଜର ବେଳେ ତାଙ୍କୁ ବଳିର ପଶୁ କରାଯାଇଥିବା ସେ ଏନଆଇଏ କୋର୍ଟଙ୍କୁ କହିଥିଲେ । ଏହି ମାମଲା ସହ ତାଙ୍କର କୌଣସି ସମ୍ପର୍କ ନଥିବା ସେ କୋର୍ଟଙ୍କୁ କହିଥିଲେ । ସେ ମାତ୍ର ଦେଢ ଦିନ ମାମଲାର ଯାଞ୍ଚ କରିଥିବାର କହିଥିଲେ । ଯାଞ୍ଚ ଯେପରି କରାଯାଏ ସେ ସେହିପରି କରିଥିଲେ । ତେବେ ମାମଲାରସେ କେବଳ ଏକାକୀ ଯାଞ୍ଚ କରୁନଥିଲେ, ତାଙ୍କ ସହ ମୁମ୍ବାଇ ପୋଲିସ ଟିମ୍ ମଧ୍ୟ ଯାଞ୍ଚରେ ସାମିଲ ଥିଲେ ବୋଲି ସେ କୋର୍ଟଙ୍କୁ କହିଥିଲେ ।

Leave A Reply

Your email address will not be published.