ନକ୍ସଲ ହିଂସାକୁ ନବୀନଙ୍କ ନିନ୍ଦା

0 69

ଭୁବନେଶ୍ୱର: ଛତିଶଗଡ଼ ସୀମାନ୍ତ ଅଞ୍ଚଳ ବିଜାପୁରରେ ନକ୍ସଲ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଏଭଳି ହିଂସା ଘଟଣାକୁ ନିନ୍ଦା କରିବା ସହ ୨୪ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହାସହ ଶୋକସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହାସହ ଯେଉଁ ଯବାନମାନେ ଏହି ନକ୍ସଲଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି ସେମାନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ଶନିବାର କମ୍ବିଂ ଅପରେସନ୍ ବେଳେ ଅଚାନକ ସୁରକ୍ଷାକର୍ମୀଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ ନକ୍ସଲ । ଏହାର ପାଲଟା ଜବାବ ଦେବାକୁ ଚେଷ୍ଟା କରିଥିଲେ ସୁରକ୍ଷା କର୍ମୀ । ଏହି ଗୁଳିବିନିମୟରେ ୨୩ ଜଣ ଯବାନ ସହିଦ ହୋଇଛନ୍ତି । ଏବେ ବି ୨୦ରୁ ଊର୍ଦ୍ଧ୍ୱ ଯବାନ ନିଖୋଜ ଅଛନ୍ତି । ଏମିତିକି ଏହି ଯବାନମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ପୁଣି ଏକ ବିସ୍ପୋରଣ ହୋଇଥିଲା । ଏଥିରେ ଆଉ ଜଣେ ଯବାନ ଗୁରୁତର ହୋଇଛନ୍ତି ।

Leave A Reply

Your email address will not be published.