ସାଂଘାତିକ୍ ସେକେଣ୍ଡ ୱେଭ୍ : ଦେଶରେ ଲକ୍ଷେ ମୁହାଁ ଦୈନିକ ସଂକ୍ରମଣ

0 72

ନୂଆଦିଲ୍ଲୀ : ବିଗତ ୬ ମାସ ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୯୩,୨୪୯ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ସମୁଦାୟ ସଂକ୍ରମଣ ସଂଖ୍ୟା ୧.୨୪ କୋଟି ଟପିଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯୩,୨୪୯ କରୋନା ଭାଇରସ ଜନିତ ନୂତନ ସଂକ୍ରମଣ ଓ ୫୧୩ ମୃତ୍ୟୁ ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୨୪,୮୫,୫୦୯ରେ ପହଞ୍ଚିଛି ।

ଗତ ୨୪ ଘଣ୍ଟାରେ ହୋଇଥିବା ୭୧୪ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୬୪,୬୨୩ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୬୦,୦୪୮ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୧୬,୨୯,୨୮୯ । ଏହାଛଡ଼ା ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୬,୯୧,୫୯୭ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୭,୫୯,୭୯,୬୫୧ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଆଇସିଏମ୍‌ଆର୍ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଏପ୍ରିଲ୍ ୩ ସୁଦ୍ଧା ସମୁଦାୟ ୨୪,୮୧,୨୫,୯୦୮ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୧,୬୬,୭୧୬ଟି ନମୁନା ।

ମହାରାଷ୍ଟ୍ରରେ ୱିକ୍‌ଏଣ୍ଡ ଲକ୍‌ଡାଉନ୍ :

ମୁମ୍ବାଇ : କରୋନା ସଂକ୍ରମଣ ଏବେ ଚିନ୍ତା ବଢ଼ାଇଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଶେଷରେ ମହାରାଷ୍ଟ୍ରକୁ ଲକ୍‌ଡାଉନ୍ କରିଛନ୍ତି ସରକାର । ଆଜି କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସଂକ୍ରମଣକୁ କାବୁ କରିବା ପାଇଁ ଶନିବାର ଓ ରବିବାର ଦିନ ସାରା ରାଜ୍ୟ ଲକ୍‌ଡାଉନ୍ ହୋଇ ରହିବ ବୋଲି ଘୋଷଣା କରିଛନ୍ତି । ଶୁକ୍ରବାର ରାତି ୮ଟାରୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ଲକ୍‌ଡାଉନ୍ ଜାରି ରହିବ ।

ଏହାସହ ପୂର୍ବ ପରି ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ପ୍ରତିଦିନ ନାଇଟ କର୍ଫ୍ୟୁ ଲାଗୁ କରାଯିବ । ଆଜିଠାରୁ ଏହି ନିୟମ ଲାଗୁ ହେବ । ନିୟମ ଅନୁଯାୟୀ ପ୍ରତିଦିନ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ । ବଡ଼ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯିବା ସହ କେଣସି ସ୍ଥାନରେ ୫ରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ । ମଲ୍‌, ରେସ୍ତୋରାଁ ଏବଂ ବାର୍ ବନ୍ଦ ରହିବ; କିନ୍ତୁ ହୋମ ଡେଲିଭରୀ ସେବା ସହ ଅତ୍ୟାବଶ୍ୟକ ସେବାଗୁଡିକ ଅନୁମତି ଦିଆଯିବ । ଶିଳ୍ପ କାର୍ଯ୍ୟ ଏବଂ ନିର୍ମାଣ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ।

ସପ୍ତାହନ୍ତ ଲକ୍‌ଡାଉନ୍ ସମୟରେ ଜରୁରି ସେବା ଯୋଗାଇ ଦିଆଯିବା ସହ ବସ୍‌, ଟ୍ରେନ୍ ଏବଂ ଟାକ୍ସି ଚାଳଚଳ କରି ।ରିବ । ପନି ରିବା ବଜାରରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ନିୟମ ପ୍ରଣୟନ କରାଯିବ । ଭିଡ଼ ନଜମାଇ ଫିଲ୍ମ ସୁଟିଂ କରିବାକୁ ଅନୁମତି ଦିଆଯିବ କିନ୍ତୁ ପ୍ରେକ୍ଷାଳୟ ବନ୍ଦ ରହିବ । ଟ୍ରାଫିକ ଉପରେ କୌଣସି ନୂତନ ପ୍ରତିବନ୍ଧକ ରହିବ ନାହିଁ କିନ୍ତୁ ସାଧାରଣ ପରିବହନ ୫୦ପ୍ରତିଶତ କ୍ଷମତାରେ ଚାଲିବ । ସରକାରୀ କାର୍ଯ୍ୟାଳୟଗୁଡିକ ୫୦% କ୍ଷମତାରେ କାର୍ଯ୍ୟ କରିବ । ଘରୋଇ ଯାନଗୁଡିକ ୫୦% ବସିବା କ୍ଷମତା ସହ ଯାତାୟତ କରି ।ରିବ ।

Leave A Reply

Your email address will not be published.