ବାହାଘରରେ କରୋନା ବିସ୍ଫୋରଣ : ତେଲେଙ୍ଗାନାରେ ୮୭ ବନ୍ଧୁବାନ୍ଧବ ପଜିଟିଭ୍

0 76

ତେଲେଙ୍ଗାନା, ୫ ।୪: ସାରା ଦେଶରେ ବ୍ୟାପିବାରେ ଲାଗିଛି କରୋନାର ଭୟାବହତା । ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରେ ସ୍ଥିତି ଅସମ୍ଭାଳ ହେଉଛି । ୨୪ ଘଣ୍ଟାରେ ନୂଆ ନୂଆ ରେକର୍ଡ କରୁଛି ସଂକ୍ରମଣ । ଏବେ ତେଲେଙ୍ଗାନର ନିଜାମବାଦରେ ହୋଇଥିବା ବାହାଘର ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ଏଠାରେ ୮୭ ଜଣ ବନ୍ଧୁବାନ୍ଧବଙ୍କ ନିକଟରେ ଭାଇରସ ଚିହ୍ନଟ ହୋଇଛି । ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ ବିବାହ ଭୋଜିରେ ପ୍ରାୟ ୩୭୦ରୁ ଅଧିକ ଲୋକ ସାମିଲ ହୋଇଥିଲେ । ପରେ ସେମାନଙ୍କର କରୋନା ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ୮୭ ଜଣଙ୍କ ଠାରେ ଭୂତାଣୁ ଚିହ୍ନଟ ହୋଇଥିଲା । ବର୍ତ୍ତମାନ ସମସ୍ତ ସଂକ୍ରମିତଙ୍କୁ ଆଇସୋଲେସନରେ ରଖାଯାଇଛି । ଏମିତିକି ଗାଁରେ ମଧ୍ୟ ସଂଗରୋଧ କେନ୍ଦ୍ର ଖୋଲାଯାଇଛି । ତେବେ ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ନିବେଦନ କରାଯାଉଛି ସେମାନେ ନିଜର ପରୀକ୍ଷା କରାଇନେବାକୁ । ସେପଟେ ବାହାଘରରେ ଅନ୍ୟ ଏକ ଗାଁ ଲୋକ ବି ସାମିଲ ହୋଇଥିଲେ । ସେମାନଙ୍କ ନିକଟରେ ବି କରୋନା ଭୂତାଣୁ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ କିଛି ସରକାରୀ ଜେନେରାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ ଗାଁରେ ଏକ କୋଭିଡ୍ କ୍ୟାମ୍ପ ଆରମ୍ଭ କରିଛନ୍ତି । ଲଗାତାର ଏଇ କିଛିଦିନ ହେବ ତେଲେଙ୍ଗାନାରେ କୋଭିଡ କେସ୍ ବଢିବାରେ ଲାଗିଛି ।

Leave A Reply

Your email address will not be published.