ଲାଗୁ ହେଲା ୱିକେଣ୍ଡ ଲକଡାଉନ୍

0 47

ମୁ୍ମ୍ବାଇ: ଦେଶରେ ମାଡ଼ିଚାଲିଛି କରୋନାର ଦ୍ୱିତୀୟ ଲହରି । ସଂକ୍ରମଣ ବଢୁଥିବା ବେଳେ ମହାରାଷ୍ଟ୍ରରେ କଠୋର ହୋଇଛି କଟକଣା । ଜାରି ହୋଇଛି ନାଇଟ କର୍ଫ୍ୟୁ ଓ ସପ୍ତାହାନ୍ତ ଲକ୍ଡାଉନ୍ । ଶୁକ୍ରବାର ରାତି ୮ଟାରୁ ସୋମବାର ସକାଳ ୬ଟା ପଯର୍ୟନ୍ତ ଲକ୍ଡାଉନ୍ ରହିବ ପୁରା ରାଜ୍ୟ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ । ସବୁ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ ହେବ । ସେହିପରି ବାର୍, ରେଷ୍ଟୁରାଣ୍ଟ ଓ ଧର୍ମାନୁଷ୍ଠାନ ପାଇଁ କଟକଣା ମଧ୍ୟ ଜାରି ହୋଇଛି । କେବଳ ସେତିକି ନୁହେଁ ଫିଲ୍ମ ସୁଟିଂକୁ ନେଇ ମଧ୍ୟ କଟକଣା ଜାରି ହୋଇଛି । ସୁଟିଂ ସମୟରେ ଯଦି ଅଧିକ ସଂଖ୍ୟକ ଲୋକ ରହୁଛନ୍ତି ତେବ ସୁଟିଂକୁ ଅନୁମତି ମିଳିବ ନାହିଁ । କମ୍ କର୍ମଚାରୀ ଏବଂ କଳାକାରଙ୍କୁ ନେଇ ସୁଟିଂ କରିବାକୁ କୁହାଯାଇଛି । ଦେଶରେ ବଢୁଥିବା ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏହି ଅବସରରେ ୫ ସୂତ୍ରୀ ଫର୍ମୁଲା ଉପରେ ଗୁରୁତ୍ୱ ଦିଆଯାଇଛି । ସେଗୁଡ଼ିକ ହେଲା ଟେଷ୍ଟିଂ, ଟ୍ରେସିଂ, ଟ୍ରିଟମେଣ୍ଟ, କୋଭିଡ୍ ନିୟମ ମାନିବା ଓ ଟିକାକରଣ । ଏପ୍ରିଲ ୬ରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ଏକ କ୍ୟାମ୍ପେନ କରାଯିବ । କୋଭିଡ୍ କଟକଣା ମାନିବା ସହ ଶତ ପ୍ରତିଶତ ମାସ୍କ ବ୍ୟବହାର, ବ୍ୟକ୍ତିଗତ ସ୍ୱଚ୍ଛତା ଅବଲମ୍ବନ ପାଇଁ ଏହି ଅଭିଯାନ କରିବାକୁ ନିଷ୍ପତି ହୋଇଛି । ମହାରାଷ୍ଟ୍ର, ଛତିଶଗଡ଼ ଓ ପଞ୍ଜାବରେ କରୋନା ଅଧିକ ବ୍ୟାପୁଥିବାରୁ ଏହି ସବୁ ରାଜ୍ୟକୁ କେନ୍ଦ୍ରୀୟ ଟିମ୍ ଯିବ । କାହିଁକି କୋଭିଡ ଅଧିକ ବ୍ୟାପୁଛି ତାର କାରଣ ଖୋଜିବ ଏହି କେନ୍ଦ୍ରୀୟ ଟିମ୍ । କୋଭିଡ ନିୟମ ପାଳନରେ ଅବହେଳା ପାଇଁ ଏହି ସବୁ ରାଜ୍ୟରେ ମହାମାରୀ ଗୁରୁତର ରୂପ ଧାରଣ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.