ମୁଁ ଗୋଟିଏ ଗୋଡରେ ବେଙ୍ଗଲ ଓ ଦୁଇ ଗୋଡ଼ରେ ଦିଲ୍ଲୀ ଜିତିନେବି

0 67

କୋଲକାତା, ୫ ।୪: ପଶ୍ଚିମବଙ୍ଗରେ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଏହା ପୂର୍ବରୁ ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହୁଗୁଳିର ଦେବବନ୍ଦପୁରରେ ନିର୍ବାଚନୀ ରାଲି କରିଛନ୍ତି । ସେ କହିଛନ୍ତି ମୁଁ ରୟାଲ ବେଙ୍ଗଲ ଟାଇଗର । ନିଜ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢେଇ ଜାରି ରଖିବି । ନିର୍ବାଚନ ରାଲିକୁ ସମ୍ବୋଧନ କରି ମମତା କହିଛନ୍ତି, ମୁଁ ଗୋଟିଏ ଗୋଡରେ ପଶ୍ଚିମବଙ୍ଗ ଜିତି ନେବି ଏବଂ ଭବିଷ୍ୟତରେ ଦୁଇ ଗୋଡରେ ଦିଲ୍ଲୀ ଜିତିଯିବି । ତୂଣମୂଳ କଂଗ୍ରେସ ସୁପ୍ରିମୋ କହିଛନ୍ତି, ବିଜେପିକୁ ନିର୍ବାଚନ ଲଢିବା ପାଇଁ ସ୍ଥାନୀୟ ପ୍ରାର୍ଥୀ ମିଳୁନାହାନ୍ତି । ଆମଦାନୀ ନେତାଙ୍କୁ ଦଳ ପ୍ରାର୍ଥୀ କରୁଛି । ସେମାନଙ୍କର ସମସ୍ତ ପ୍ରାର୍ଥୀ ତୃଣମୂଳ କଂଗ୍ରେସର କିମ୍ବା ଲେଫ୍ଟରୁ ଯାଇ ବିଜେପିରେ ମିଶିଥିବା ଲୋକ । ସେ କହିଛନ୍ତି, ଯେଉଁଲୋକେ ଠିକ୍ରେ ସୋନାର ବଙ୍ଗଲା କହି ପାରୁ ନାହାନ୍ତି । ସେମାନେ ବଙ୍ଗାଲ ଉପରେ ଶାସନ କରିପାରିବେ ନାହିଁ । ମୁଖ୍ୟମନ୍ତ୍ରୀ ମତଦାତାଙ୍କୁ ତୃଣମୂଳ କଂଗ୍ରେସକୁ ବିପୁଳ ମାତ୍ରାରେ ଭୋଟ୍ଦେଇ ବିଜୟୀ କରାଇବାକୁ ଅପିଲ୍ କରିଛନ୍ତି । ଟିଏମସିକୁ ବିପୁଳ ବିଜୟ ନମିଳିଲେ ବିଜେପି ଘୋଡା ବେପାର କରି ରାଜ୍ୟରେ ସରକାର ଗଠନ କରିନେବ ବୋଲି ମମତା କହିଛନ୍ତି । ମମତା କହିଛନ୍ତି ନନ୍ଦିଗ୍ରାମରେ ମୁଁ ଜିତୁଛି । କିନ୍ତୁ ଏହି ନିର୍ବାଚନ ମୋ ପାଇଁ ନୁହେଁ । ଆପଣଙ୍କୁ ଟିଏମସିକୁ ୨୦୦ରୁ ଅଧିକ ଆସନରେ ଜିତାଇବା ସୁନିଶ୍ଚିତ କରିବାକୁ ପଡିବ ନଚେତ୍ ବିଜେପି ଧନବଳର ଦୁରୁପଯୋଗ କରି ସରକାର ହାତେଇ ନେବ ।

Leave A Reply

Your email address will not be published.