ପାକିସ୍ତାନକୁ ବି ଧୋକା ଦେଲା ଚୀନ୍ : ପାଣିରେ ପଡ଼ିଲା ୪୭୦୦ କୋଟି ଟଙ୍କା

0 68

ନୂଆଦିଲ୍ଲୀ, ୫ ।୪: ଭ୍ୟାକସିନ୍ ହେଉ କି ଯୁଦ୍ଧାସ୍ତ୍ର ସବୁ କିଛି ପାଇଁ ପାକିସ୍ତାନ ଚୀନ ଉପରେ ନିର୍ଭର କରେ । କିନ୍ତୁ ଧୋକାବାଜ୍ ଚୀନ ପାଖରୁ ଆସିଥିବା ସମସ୍ତ ଜିନିଷ ପାଇଁ ଏବେ ଚିନ୍ତାରେ ପାକିସ୍ତାନ । କାରଣ ଚୀନ ନକଲି ଏବଂ ଖରାପ ଜିନିଷ ପାକିସ୍ତାନକୁ ଦେଇଛି । ପାକିସ୍ତାନ ଚୀନ ପାଖରୁ ୯ଟି ୮୦ ଏୟାର ଡିଫେନ୍ସ ସିଷ୍ଟମ କ୍ରୟ କରିଥିଲା ଯାହା ନକଲି ବୋଲି ଜଣାପଡ଼ିଛି । ଏବେ ଏହାକୁ ତିଆରି କରିବାକୁ ଚୀନକୁ ଗୁହାରି କରୁଛି ପାକିସ୍ତାନ । ଭାରତର ଶକ୍ତିଶାଳୀ ବାୟୁସେନାକୁ ଦେଖି ଭୟରେ ପାକିସ୍ତାନ ଚୀନ ପାଖରୁ ୨୦୧୪ରେ ୯ଟି ଏୟାର ଡିଫେନ୍ସ ସିଷ୍ଟମ କ୍ରୟ କରିବାକୁ ବୁଝାମଣା କରିଥିଲା । ଚୀନ ଏହାକୁ ଅଲମାଜ୍ ଆନ୍ତେ ସହଯୋଗରେ ୨୦୧୧ରେ ବିକଶିତ କରିଥିଲା । ଏଥିମଧ୍ୟରୁ ୩ ସିଷ୍ଟମକୁ ୨୦୧୬ରେ ଏବଂ ବାକି ୬କୁ ୨୦୧୯ରେ ପାକିସ୍ତାନକୁ ହସ୍ତାନ୍ତର କରିଥିଲା ଚୀନ୍ । ପାଖାପାଖି ୪୭୦୦ କୋଟି ଟଙ୍କାର ଏହି ସିଷ୍ଟମକୁ ୨୦୧୯ର ଭାରତୀୟ ବାୟୁସେନାର ବାଲାକୋଟ ଷ୍ଟ୍ରାଇକ୍ ପରେ ପାକିସ୍ତାନ ଭାରତୀୟ ସୀମା ନିକଟରେ ମୁତୟନ କରିଥିଲା । ଅନ୍ୟପଟେ ଏହାକୁ ମିଡିୟମ ରେଞ୍ଜର ସବୁଠୁ ସୁଦୃଢ଼ ଡିଫେନ୍ସ ସିଷ୍ଟମ ବୋଲି ଚୀନ ଦାବି କରୁଥିବା ବେଳେ ପାକିସ୍ତାନ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଡିଫେନ୍ସ ସିଷ୍ଟମରେ ପାଖାପାଖି ୩୮୮ ପ୍ରକାର ତ୍ରୁଟି ଥିବା ନେଇ ଲିଷ୍ଟ ଚୀନକୁ ଦେଇଛି ପାକିସ୍ତାନ ।

Leave A Reply

Your email address will not be published.