କୃଷି ଆଇନ ପ୍ରତ୍ୟାହର ପ୍ରତିବାଦ

0 81

ନୂଆଦିଲ୍ଲୀ, ୫ ।୪: କୃଷି ଆଇନକୁ ନେଇ ପ୍ରତିବାଦର ନା ଥମିବାରେ ଲାଗିନି । ଏବେ ମଧ୍ୟ ଅନ୍ଦୋଳନ ଜାରି ରହିଛି । ଆଜି କୃଷି ଆଇନ ପ୍ରତ୍ୟାହର ପ୍ରତିବାଦରେ ଭାରତୀୟ ଖାଦ୍ୟ ନିଗମ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେ ଚାଷୀ । ଏହାସହ ଏଫସିଆଇ ବଞ୍ଚାଅ ଦିବସ ପାଳନ କରିବେ ବୋଲି ମହାପଞ୍ଚାୟତରେ ନିଷ୍ପତ୍ତି ହୋଇଛି । ଗତକାଲି ଉତ୍ତରପ୍ରଦେଶରେ ବସିଥିବା ଚାଷୀଙ୍କ ମହା ପଞ୍ଚାୟତରେ ଏହି ନିର୍ଣ୍ଣୟ ନିଆଯାଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, ଆଜି ଏଫସିଆଇ ବଞ୍ଚାଅ ଦିବସ ପାଳନ କରାଯିବ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ସାରା ଭାରତରେ ଏଫସିଆଇ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ । ଏହାସହ କୃଷି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ମଧ୍ୟ ଦିଆଯିବ ।

Leave A Reply

Your email address will not be published.