ଛାତ୍ରଛାତ୍ରୀଙ୍କୁ ମିଳିବ ୧୧୦୦ ଟଙ୍କା, ଆକାଉଣ୍ଟକୁ ଟ୍ରାନ୍ସଫର କରିବେ ସରକାର

0 55

ଲକ୍ଷେ୍ନø, ୬ ।୪: ଏଣିକି ଛାତ୍ରଛାତ୍ରୀଙ୍କୁ ମିଳିବ ଟଙ୍କା । ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର । ୟୁନିଫର୍ମ, ବ୍ୟାଗ୍ ଓ ଜୋତା କିଣିବା ପାଇଁ ମିଳିବ ୧୧୦୦ ଟଙ୍କା । ଏହି ଟଙ୍କା ଉତ୍ତରପ୍ରେଦଶ ସରକାର ଦେବେ । ସରକାରୀ ସ୍କୁଲରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପାଇଁ ଏଭଳି ସୁବିଧା ଘୋଷଣା କରିଛନ୍ତି ଯୋଗୀ ସରକାର । ପ୍ରତିବର୍ଷ ସ୍କୁଲ ବ୍ୟାଗ୍, ୟୁନିଫର୍ମ ଓ ଜୋତା ମିଳିବାରେ ଛାତ୍ରଛାତ୍ରୀଙ୍କୁ ବିଳମ୍ବ ହେଉଛି । ତେଣୁ ଏହି ସମସ୍ୟାର ସମାଧାନ କରିବା ପାଇଁ ୟୁପି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସରକାରୀ ବୟାନ ଅନୁସାରେ, ଗଣଶିକ୍ଷା ବିଭାଗ ଦ୍ୱାରା ୟୁନିଫର୍ମ, ସ୍କୁଲ ବ୍ୟାଗ୍ ଓ ଜୋତା ପାଇଁ ଏକ ନିର୍ଦ୍ଦିଷ୍ଟ ରାଶି ଲାଭାର୍ଥୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବ । ଏହି ପ୍ରସ୍ତାବକୁ ଏବେ କ୍ୟାବିନେଟକୁ ପଠାଯାଇଛି । ପ୍ରସ୍ତାବ ଅନୁସାରେ ୟୁନିଫର୍ମ ପାଇଁ ୬୦୦ ଟଙ୍କା, ସ୍କୁଲ ବ୍ୟାଗ, ସ୍ୱେଟର, ଜୋତା ଓ ମୋଜା ପାଇଁ ୫୦୦ ଟଙ୍କା ପ୍ରଦାନ କରାଯିବ । ସୂଚନାଯୋଗ୍ୟ ଉତ୍ତର ପ୍ରଦେଶରେ ପ୍ରତିବର୍ଷ ୧.୬ କୋଟି ଛାତ୍ରଙ୍କୁ ମାଗଣାରେ ସ୍କୁଲ ୟୁନିଫର୍ମ, ବ୍ୟାଗ୍ ଆଦି ସୁବିଧା ମିଳିଥାଏ । କିନ୍ତୁ ଏହି ସବୁ ଜିନିଷ ମିଳିବାରେ ସରକାରଙ୍କ ପାଖରୁ ବିଳମ୍ବିତ ହେଉଥିବା ନେଇ ଅନେକ ଅଭିଯୋଗ ଆସିଛି । ଏବେ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଯୋଗୀ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.