ଭୋଟର ଲିଷ୍ଟରୁ କଟିଲା ଶଶୀକଳାଙ୍କ ନାଁ

0 63

ଚେନ୍ନାଇ, ୬ ।୪: ନିର୍ବାଚନର ଦିନକ ପୂର୍ବରୁ ଭୋର୍ଟ ଲିଷ୍ଟରୁ କଟିଲା ଚିନ୍ନ ଅମ୍ମାଙ୍କ ନାଁ । ତାମିଲନାଡୁର ପୂର୍ବତନ ନିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବିଶ୍ୱସ୍ତ ରୂପେ ପରିଚିତ ବି.କେ ଶଶିକଳାଙ୍କ ନାଁ ଭୋଟର ତାଲିକାରୁ ହଟାଇ ଦିଆଯାଇଛି । ଆଜି ତାମିଲନାଡୁ ବିଧାନସଭା ଆସନ ପାଇଁ ଭୋଟିଂ ଚାଲିଥିବାବେଳେ ଶଶିକଳାଙ୍କ ଓକିଲ ଏନ୍.ରାଜା ଏସ୍ ପାଣ୍ଡିଆନ୍ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଭୋଟର୍ ଲିଷ୍ଟରୁ ଶଶିକଳାଙ୍କ ନାଁ ହଟାଇ ଦିଆଯାଇଛି । ଏହି ଘଟଣାକୁ ନେଇ ଶଶିକଳା ଅସନ୍ତୁଷ୍ଟ ଅଛନ୍ତି । ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ମିଳିଥିବା ସୂଚନା ମୁତାବକ ଚେତ୍ତାଇର ଥାଉଜେନ୍ଡ ଲାଇଟ୍ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ତାଲିକାରୁ ଶଶିକଳାଙ୍କ ନାମ ହଟାଇ ଦିଆଯାଇଛି । ଗତ ଲୋକସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ସଂଶୋଧନ ସମୟରେ ୨୦୧୯ ଜାନୁଆରୀ ୩୧ରେ ଶଶିକଳାଙ୍କ ନାମ ହଟାଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି । ତେବେ ତାଙ୍କ ନାମ କଟାଯାଇଥିବା ନେଇ ଦିନକ ପୂର୍ବରୁ ହିଁ ଶଶିକଳା ଜାଣିବାକୁ ପାଇଛନ୍ତି ବୋଲି ତାଙ୍କ ଓକିଲ କହିଛନ୍ତି । ସୂଚନାଯୋଗ୍ୟ ଯେ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ୪ ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ଶଶିକଳା ଚଳିତବର୍ଷ ଜାନୁଆରୀରେ ମୁକୁଳିଥିଲେ । ଜେଲରୁ ବାହାରିବା ପରେ ସେ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଥିଲେ । ସୂଚନାଥାଉକି ମଙ୍ଗଳବାର ସକାଳ ୭ଟାରୁ ତାମିଲନାଡୁର ୨୩୪ ବିଧାନସଭା ଆସନ ପାଇଁ ଭେଟିଂ ଜାରି ରହିଛି । ମୁଖ୍ୟମନ୍ତ୍ରୀ କେ ପାଲାନିସ୍ୱାମୀ, ଉପ ମୁଖ୍ୟମନ୍ତ୍ରୀ ଓ ପନିରସେଲଭମ, ଡିଏମକେ ସଭାପତି ଏମ.କେ ଷ୍ଟାଲିନ, ଏମଏମକେ ପ୍ରତିଷ୍ଠାତା ଟିଟିଭି ଦିନାକରନ ଏବଂ ମକ୍କାଲ ନିଧି ମାୟାମ ଅଧ୍ୟକ୍ଷ କମଲ ହାସନଙ୍କ ସମେତ ମୋଟ ୩୯୯୮ ପ୍ରାର୍ଥୀ ମୈଦାନରେ ଅଛନ୍ତି ।

Leave A Reply

Your email address will not be published.