କୃଷି ଆଇନକୁ ନେଇ ଲୋକଙ୍କୁ ଭ୍ରମିତ କରାଯାଇଛି : ମୋଦି

0 66

ନୂଆଦିଲ୍ଲୀ, ୬ ।୪ : ଭାରତୀୟ ଜନତା ପାର୍ଟି ଆଜି ୪୧ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଅବସରରେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କର୍ମୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ବିଜେପି ଗଠନ ଦିଗରେ ମହାପୁରୁଷମାନଙ୍କ ନିଷ୍ଠା ଏବଂ ଦେଶଭକ୍ତି ଅନନ୍ୟ । ମୋଦି କହିଛନ୍ତି ବିଜେପି କେବଳ ନିର୍ବାଚନ ଜିତିବା ମେସିନ୍ ନୁହେଁ, ଆମକୁ ସବୁ ସମ୍ପ୍ରଦାୟର ସମର୍ଥନ ମିଳୁଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, “କାର୍ଯ୍ୟକର୍ତ୍ତାଙ୍କ ଦୃଢ ମନୋବଳ, ଦେଶ ଭକ୍ତିକୁ ନେଇ ବିଜେପି ଗତ ୪୧ ବର୍ଷ ହେଲା ଆଗକୁ ବଢିଚାଲିଛି । ଦେଶର ପ୍ରତି ରାଜ୍ୟର କୋଣ ଅନୁକୋଣରେ ବିଜେପି କାମ ଜାରି ରଖିଛି । ଯେଉଁମାନେ ବିଜେପିର ଘୋର ବିରୋଧୀ ସେମାନଙ୍କୁ ମଧ୍ୟ ଦଳ ସମ୍ମାନ କରେ ।’ ବିରୋଧୀଙ୍କୁ ଟାର୍ଗେଟ୍ କରି ମୋଦି କହିଛନ୍ତି, ” ନାଗରିକତା ସଂଶୋଧନ ବିଲ୍ ଏବଂ କୃଷି ଆଇନକୁ ନେଇ ଲୋକମାନଙ୍କୁ ଭ୍ରମିତ କରାଯାଉଛି । ଏହା ପଛରେ ଷଡଯନ୍ତ୍ର ରଚାଯାଇଛି ଏବଂ ରାଜନ÷ତିକ ଅସ୍ଥିରତା ସୃଷ୍ଟି କରାଯିବାକୁ ଉଦ୍ୟମ କରାଯାଉଛି ।’ ମୋଦି କହିଛନ୍ତି, “ବିଜେପି ମହାତ୍ମା ଗାନ୍ଧିଙ୍କ ବିଚାରକୁ ଆଧାର କରି ସମାଜରେ ଥିବା ଶେଷ ବ୍ୟକ୍ତି ନିକଟରେ ଯୋଜନାଗୁଡିକୁ ସଫଳତାର ସହ ପହଞ୍ଚାଇବାକୁ ଚାହୁଁଛି । ଦେଶରେ କ୍ଷୁଦ୍ର ଚାଷୀଙ୍କୁ ସେମାନଙ୍କ ଲାଭ ପହଞ୍ଚାଇବା ଦଳର ଲକ୍ଷ୍ୟ । ଆଗକୁ ମଧ୍ୟ ବିକାଶ କାର୍ଯ୍ୟ ତ୍ୱରିତ ଢଙ୍ଗରେ ଜାରି ରହିବ ।

Leave A Reply

Your email address will not be published.