ତୃତୀୟ ବିଶ୍ୱଯୁଦ୍ଧ ନିକଟବର୍ତ୍ତୀ ବିଶ୍ୱ : ଋଷ ସେନା ବିଶେଷଜ୍ଞଙ୍କ ଚେତାବନୀ

0 62

ନୂଆଦିଲ୍ଲୀ, ୬ ।୪: କରୋନା ମହାମାରୀକୁ ନେଇ ସାରା ବିଶ୍ୱରେ ଆତଙ୍କ ଜାରି ରହିଛି । ଏହାମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଆଶଙ୍କା ଘନେଇବାରେ ଲାଗିଛି । ଋଷର ସୈନ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ଆସନ୍ତା ୪ ସପ୍ତାହ ମଧ୍ୟରେ ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧର ସାକ୍ଷୀ ରହିବ । ଯଦି କରୋନା ସଙ୍କଟ ମଧ୍ୟରେ ବିଶ୍ୱଯୁଦ୍ଧ ହୁଏ ତେବେ ଏହାର ପରିଣାମ କଣ ହେବ ତାକୁ ନେଇ ଭୟର ବାତାବରଣ ଖେଳିଯାଇଛି । ଋଷ-ୟୁକ୍ରେନ ସୀମା ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ତୃତୀୟ ବିଶ୍ୱଯୁଦ୍ଧର କାରଣ ହୋଇପାରେ । ସୈନ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ସ୍ଥିତି ସୁଧୁରିବ ନାହିଁ ତେବେ ଗୋଟିଏ ମାସ ମଧ୍ୟରେ ଭୟଙ୍କର ଯୁଦ୍ଧ ହେବ । ଋଷ ଉତ୍ତେଜନା ବଢୁଥିବାରୁ ସୀମାକୁ ନିଜର ୪୦୦୦ ସୈନ୍ୟଙ୍କୁ ପଠାଇଛି । ଏହାପରେ ୟୁରୋପ ହାଇଆଲର୍ଟରେ ଆସିଯାଇଛି । ମିଡିଆ ରିପୋର୍ଟ ଅନୁସାରେ ଋଷ ବିଶେଷଜ୍ଞ ପାୱେଲ୍ ଫେଲଗେନର୍ହ କହିଛନ୍ତି ଯେ, ଏବେ ପରିସ୍ଥିତି ଅଶାନ୍ତ ରହିଛି । ଏହାକୁ ଦେଖିବା ପରେ ତୃତୀୟ ବିଶ୍ୱଯୁଦ୍ଧ ନେଇ ଅନୁମାନ ଲଗାଯାଉଛି । ବିପଦ ବଢୁଛି । ଗଣମାଧ୍ୟମରେ ଏନେଇ ବେଶି ଆଲୋଚନା ନହେଉଥିଲେ ମଧ୍ୟ ଅନେକ ଖରାପ ସଙ୍କେତ ସାମ୍ନାକୁ ଆସୁଛି । ଯଦି ଯୁଦ୍ଧ ହୁଏ ଏହା କେବଳ ଦୁଇଟି ଦେଶ ମଧ୍ୟରେ ସୀମିତ ରହିବ ନାହିଁ । ଏଥିରେ ୟୁରୋପୀୟ ସଙ୍ଘ ଭାଗନେବ । ଫେଲଗେନହରଙ୍କ ଏହି ବୟାନ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଟ୍ୟାଙ୍କ ଓ ଯୁଦ୍ଧ ସରଞ୍ଜାମ ସହ ୪୦୦୦ ଯବାନଙ୍କୁ ସୀମା ନିକଟରୁ ପଠାଇଛନ୍ତି । ଗତ ସପ୍ତାହରେ ୟୁକ୍ରେନର କମାଣ୍ଡର ଇନ୍ ଚିଫ୍ ଋ,ଲାନ୍ ଖୋମଚ୍ କହିଥିଲେ ଯେ, ଋଷ ସଙ୍ଘ ଦେଶ ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରୁଛି । ଋଷ ୨୫ ଟାକ୍ଟିକ୍ ଗ୍ରୁପକୁ ସୀମାରେ ନିୟୋଜିତ କରିଛି । ତେବେ ସେନା ମୁଭମେଣ୍ଟକୁ ନେଇ କେହି ଭୟ କରିବା ଆବଶ୍ୟକ ନୁହେଁ ବୋଲି ଋଷ ସଫେଇ ଦେଇଛି । ଯଦି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏହା ବିଶ୍ୱଯୁଦ୍ଧରେ ରୂପାନ୍ତରିତ ହେବା ନେଇ ଅନେକ କାରଣ ରହିଛି । ୟୁକ୍ରେନ ଆମେରିକାର ନିକଟତର ଥିବା ବେଳେ ବାଇଡେନ-ପୁଟିନ୍ ଶତ୍ରୁତା ଆମେରିକା ଏବଂ ଋଷ ମଧ୍ୟରେ ସମ୍ପର୍କକୁ ଅଧିକ ତିକ୍ତ କରିଛି । ୟୁକ୍ରେନକୁ ଆମେରିକାର ସହଯୋଗ ମିଳିବ । ଋଷକୁ ଚୀନର ସହଯୋଗ ମିଳିପାରେ । ନିକଟରେ ଆମେରିକାରୁ ଅସ୍ତ୍ରଶସ୍ତ୍ରରେ ଭର୍ତ୍ତି ଏକ ପଣ୍ୟବାହୀ ବିରାଟ ଜାହାଜ ୟୁକ୍ରେନରେ ପହଞ୍ଚିଥିଲା । ଯାହାକୁ ଋଷ ପ୍ରବଳ ବିରୋଧ କରିଥିଲା ।

Leave A Reply

Your email address will not be published.