ଜେଲ୍ ଉପରେ ଆକ୍ରମଣ କରି ୧୮ଶହ ବନ୍ଦୀଙ୍କୁ ଛଡ଼ାଇନେଲେ

0 67

ଓଭେରୀ, ୬ ।୪: ଦକ୍ଷିଣ-ପୂର୍ବ ନାଇଜେରିଆ ଇମୋ ରାଜ୍ୟର ଓଭେରୀ ଜେଲ ଉପରେ ସଶସ୍ତ୍ର ଆକ୍ରମଣ କରି ୧ ହଜାର ୮୦୦ରୁ ଅଧିକ ବନ୍ଦୀଙ୍କୁ ଛଡାଇ ନିଆଯାଇଛି । ଅଜ୍ଞାତ ଆକ୍ରମଣକାରୀମାନେ ରାତି ତମାମ ଜେଲ ଉପରକୁ ମେସିନଗନରୁ ଗୁଳି ମାଡ କରିବା ସହ ଗ୍ରେନେଡ ମାଡ କରିଥିଲେ । ଏହି ସୁଯୋଗରେ ଜେଲରୁ ବନ୍ଦୀମାନେ ଖସି ପଳାଇଥିବା ଜେଲ କର୍ତ୍ତୃପକ୍ଷ ସୂଚିତ କରିଛନ୍ତି । ବିଳମ୍ୱିତ ରାତ୍ରିରେ ଦୁର୍ବୃତ୍ତ ଜେଲ ଉପରେ ଅଚାନକ ଆକ୍ରମଣ ଆରମ୍ଭ କରିଦେଇଥିଲେ । ଦୀର୍ଘ ୨ ଘଣ୍ଟା କାଳ ଆକ୍ରମଣରେ ଜେଲର ସୁରକ୍ଷା ବ୍ୟବସ୍ଥା ଉପରକୁ ଟାର୍ଗେଟ୍ କରିଥିଲେ । ନାଇଜେରିଆ ଜେଲ ବିଭାଗ ମୁଖପାତ୍ର ଫ୍ରାନସିସ୍ ଏନୋବୋର ଫେରାର କୈଦୀଙ୍କ ଗିରଫ ଲାଗି ଉଦ୍ୟମ କରାଯାଉଥିବା କହିଛନ୍ତି । ଏଥିଲାଗି ସହରକୁ ସିଲ କରି ରଖା ଯାଇଥିବା ବେଳେ ପ୍ରତ୍େୟକ ଲୋକଙ୍କ ଉପରେ ନଜର ରଖାଯାଇଥିବା କହିଛନ୍ତି । ଆକ୍ରମଣକାରୀମାନେ ମେସିନଗନ୍, ଗ୍ରେନେଡ ଓ ଆଇଇଡିରେ ଆକ୍ରମଣ କରିଥିବାର ପୋଲିସ କହିଛି । ତେବେ ଦକ୍ଷିଣ-ପୂର୍ବ ନାଇଜେରିଆରେ ଏପରି ଘଟଣା ଏବେ ନୂଆ ହୋଇ ନାହିଁ । ଦୁଇ ସପ୍ତହ ପୂର୍ବେ ଆକ୍ରମଣକାରୀମାନେ ୪ଟି ଥାନା ସମେତ ସିକ୍ୟୁରିଟି ଚେକପୋଷ୍ଟ ଓ ଜେଲ ବାହନ ଉପରେ ଆକ୍ରମଣ କରିଥିଲେ । ଫଳରେ ୧୨ ଜଣ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଇଷ୍ଟର୍ଣ୍ଣ ସିକ୍ୟୁରିଟି ନେଟୱାର୍କ ଏପରି କାଣ୍ଡ କରୁଥାଇପାରେ ବୋଲି ନାଇଜେରିଆ ପୋଲିସ ମହାନିରୀକ୍ଷକ ଆଶଙ୍କା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.