ବାଘ ଆକ୍ରମଣରେ ଚାଲିଗଲା ଦୁଇ ଜୀବନ

0 64

ଚନ୍ଦ୍ରପୁର, ୬ ।୪: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମଙ୍ଗଳବାର ସକାଳ ସମୟରେ ଗୋଟିଏ ପରିବାରର ଦୁଇଜଣ ସଦସ୍ୟଙ୍କୁ ବାଘ ଆକ୍ରମଣ କରିଥିବା ଜଣାପଡ଼ିଛି । ଯାହାଫଳରେ ଦୁଇ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ଚନ୍ଦ୍ରପୁର ଅଞ୍ଚଳର ମୁଖ୍ୟ ବନ୍ୟ ସରକ୍ଷଣ ଅଧିକାରୀ ଏନ୍ ଆର୍ ପ୍ରବୀଣଙ୍କ ସୂଚନା ମୁତାବକ, ପୱନପୁର ଗ୍ରାମର ଦୁଇ ଜଣ ଲୋକ ବ୍ରିହମ୍ପୁରୀ ମଣ୍ଡଳ ଅନ୍ତର୍ଗତ ସିନ୍ଦେବାହୀ ଜଙ୍ଗଲ ଅଞ୍ଚଳକୁ ମହୁଲ ଫୁଲ ଗୋଟେଇବାକୁ ଯାଇଥିଲେ । ଏହି ସମୟରେ ବାଘଟି ତାଙ୍କୁ ଆକ୍ରମଣ କରିଥିଲା । ସେ ସନ୍ଦେହ କରୁଛନ୍ତି ଯେ, ବାଘଟି ପ୍ରଥମେ ଜଣଙ୍କୁ ଆକ୍ରମଣ କରିଥିଲା । ଏହା ଦେଖି ତାଙ୍କ ସମ୍ପର୍କୀୟ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଫଳରେ ବାଘଟି ତାଙ୍କୁ ମଧ୍ୟ ଛାଡ଼ି ନଥିଲା । ମୃତକଙ୍କ ଶବ ବନାଞ୍ଚଳର ୨୦୦ ମିଟର ଦୂରରୁ ଉଦ୍ଧାର କରାଯାଇଥିବା ସେ କହିଛନ୍ତି । ସେମାନଙ୍କୁ ଚିହ୍ନଟ କରାଯାଇଛି । ଜଣେ କମଲାକର ଉନ୍ଦିରୱାଡ଼େ (୬୦) ହୋଇଥିବା ବେଳେ ଅନ୍ୟଜଣେ ଦୂରବାସ ଧନୁଜି ଉନ୍ଦିରୱାଡ଼େ ହୋଇଥିବା ଜଣାପଡ଼ିଛି । ବନ ବିଭାଗର ଜରୁରୀ ଔପଚାରିକତା ପୂରଣ ପରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଶବ ହସ୍ତାନ୍ତର କରାଯିବା ନେଇ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.