ଯୋଗୀ-ଶାହାଙ୍କ ଜୀବନ ପ୍ରତି ବିଦ ଥିବା ନେଇ ଧମକପୂର୍ଣ୍ଣ ଇମେଲ୍

0 74

ନୂଆଦିଲ୍ଲୀ: କିଛି ଦିନ ତଳେ ଇସ୍ରାଏଲ ଦୂତାବାସ ବାହାରେ ବିସ୍ଫୋରକ ଗାଡି ବିସ୍ଫୋରଣ ଘଟଣାକୁ ନେଇ ସୁରକ୍ଷା ଏଜେନ୍ସିମାନେ ଏବେ ବି ତଦନ୍ତ କରୁଥିବାବେଳେ ମୁମ୍ବାଇର ସିଆରପିଏଫ(ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ) ମୁଖ୍ୟାଳୟକୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି । ଏହି ଇ-ମେଲରେ ଲେଖାଯାଇଛି ଯେ ଦେଶର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନ ବିପଦରେ ରହିଛି ।

ଏହା ସହିତ ସର୍ବସାଧାରଣ ସ୍ଥାନ, ମନ୍ଦିର ଏବଂ ବିମାନ ବନ୍ଦରରେ ଏକାଧିକ ବୋମା ବିସ୍ଫୋରଣ ହେବାର ଆଶଙ୍କା ରହିଛି । ଏହି ଇମେଲଟି ଚାରିରୁ ପାଞ୍ଚ ଦିନ ପୂର୍ବରୁ ଆସିଥିବାବେଳେ ଏବେ ଅନୁସନ୍ଧାନ ପାଇଁ ଇମେଲଟିକୁ ଏନଆଇଏ ସମେତ ଗୁପ୍ତଚର ସଂସ୍ଥାକୁ ପଠାଯାଇଛି । ଦେଶର ସମସ୍ତ ପ୍ରମୁଖ ଏଜେନ୍ସିମାନେ ଏହାର ଅନୁସନ୍ଧାନରେ ନିୟୋଜିତ ଥିବାବେଳେ ଏହା କେଉଁଠାରୁ ଆସିଛି ଓ କିଏ ପଠାଇଛି ତାହାକୁ ନେଇ ତଦନ୍ତ ଚାଲିଛି ।

ସୂଚନା ଥାଉ ଯେ, ଗତ ବର୍ଷ ଅକ୍ଟୋବରରେ ଏନଆଇଏ କଣ୍ଟ୍ରୋଲ ରୁମକୁ ଏଭଳି ଏକ ଫୋନ କଲ ଆସିଥିଲା । ଅନୁସନ୍ଧାନରୁ ଜଣାପଡିଥିଲା ଯେ ଫୋନ କଲ ପାକିସ୍ତାନର କରାଚିରୁ ଆସିଥିଲା । ଏହି ଫୋନ କଲରେ ମୁମ୍ୱାଇ
ବନ୍ଦର ଉପରେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଆକ୍ରମଣ କରିବାର ଯୋଜନା ଥିବାର କୁହାଯାଇଥିଲା । ତେବେ ଏହି ମାମଲାର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.