କରୋନାରେ ଦେଶରେ ଗତ ୨୪ ଘଂଟାରେ ୧,୧୫,୭୩୬ ନୂଆ ମାମଲା

0 70

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧,୧୫,୭୩୬ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୬୩୦ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୮,୦୧,୭୮୫ ପହଂଚିଛି ।ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮,୪୩,୪୭୩ ଥିବା ବେଳେ ବର୍ତମାନ ସୁଦ୍ଧା ୧,୬୬,୧୭୭ ଜଣ ମୃତ୍ୟୁ ବରଣ କରିଛନ୍ତି ।

ସେହିପରି ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୮,୯୩,୭୪୯ ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୨୫,୧୪,୩୯,୫୯୮ ନମୂନାର ପରୀକ୍ଷଣ କରା ଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆ ଯାଇଛିା

Leave A Reply

Your email address will not be published.