ଗାଲ ଗଡା ଠାରୁ ବଡ଼ପଦର ରାସ୍ତା ପାଲଟିଛି ମରଣ ଯନ୍ତା

0 71

କୋରାପୁଟ/ନନ୍ଦପୁର:କୋରାପୁଟ ଜ଼ିଲ୍ଲା ନନ୍ଦପୁର ବ୍ଲକ ଗାଲ ଗଡା଼ ଠାରୁ ବଡ଼ପଦର ରାସ୍ତା ପାଲଟିଛି ମରଣ ଯନ୍ତା. ପ୍ରତିଦିନ 4ଟି ଗ୍ରାମର ଶହ ଶହ ଲୋକ ଏଇ ରାସ୍ତା ଦେଇ ବଜ଼ାର ଘାଟ ଠୁ ଆରମ୍ଭ କରି ସ୍କୁଲ କଲେଜ ଓ ସମସ୍ତ ସରକାରୀ କାର୍ଯ୍ୟାଳୟ କୁ ଯିବା କରିବା  ପାଇଁ ଏହି ଏକ ମାତ୍ର ରାସ୍ତା ସାହା ଭରସା. କିନ୍ତୁ ଏହି ରାସ୍ତା ର ଅବସ୍ଥା ଶୋଚନୀୟ ହୋଇଥିବା ଯୋଗୁ ପ୍ରତିଦିନ କିଛି ନା  କିଛି  ଦୃଘଟଣା ଘଟି ଜୀବନ ଯାଉଛି. ଗତ 12 ବର୍ଷ ତଳେ ତତ୍କାଳୀନ ସାସଂଦ ଜୟରାମ ପାଙ୍ଗୀ ଓ ପଟ୍ଟାଙ୍ଗି ବିଧାୟକ ରାମ ଚନ୍ଦ୍ର କାଡମ ଙ୍କ ତତ୍ତ୍ୱବଧାନ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା କାମ କରାଯାଇଥିଲା. କିନ୍ତୁ 11 ବର୍ଷ ଅତିକ୍ରମ କରିସାରିଥିଲେ ମଧ୍ୟ ରାସ୍ତାର  ରକ୍ଷଣା ବେକ୍ଷଣା କରାଯାଇନାହିଁ ଯାହା ଫଳରେ ରାସ୍ତା ରେ  ଗାତ ସୃତି ହେବା ଯୋଗୁ  ଦୁର୍ଘଟଣା ଘଟୁଛି. କୋରାପୁଟ ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ସହିତ ରାସ୍ତା ମରାମତି କରିବା ପାଇଁ ସ୍ଥାନୀୟ ଜନ ସାଧାରଣ ଦାବି କରୁଛନ୍ତି.

Leave A Reply

Your email address will not be published.