ଦେଶରେ ଟିକାର ଅଭାବ ନାହିଁ : ହର୍ଷ ବର୍ଦ୍ଧନ

0 62

ନୂଆଦିଲ୍ଲୀ, ୭ ।୪: ଟିକା ଅଭାବ ନେଇ କିଛି ରାଜ୍ୟ ଅଭିଯୋଗ କରିବା ପରେ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ପ୍ରଶ୍ନ କରାଯାଇଥିଲା । ଦେଶରେ ଟିକାର ଅଭାବ ରହିଛି କି? କିଛି ଲୋକ ଟିକା ନେବାରୁ ବଞ୍ଚିତ ହେବେ କି ବୋଲି ପ୍ରଶ୍ନ କରାଯାଇଥିବା ବେଳେ ଉତ୍ତରରେ ଟିକାର ଅଭାବ ନଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ । ସେ କହିଛନ୍ତି ଯେ କୌଣସି ରାଜ୍ୟ ଟିକା ଅଭାବର ସମ୍ମୁଖୀନ ହେଉନାହାଁନ୍ତି ଏବଂ ଆମେ ସେମାନଙ୍କୁ ଏହାର ସାମ୍ନା କରିବାକୁ ଦେବୁନାହିଁ । ସମସ୍ତ ରାଜ୍ୟକୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ କୋଭିଡ-୧୯ ଟିକା ଯୋଗାଇ ଦିଆଯାଉଛି । ମଙ୍ଗଳବାର ବୈଠକ ଆରମ୍ଭରେ ଏହା ସମସ୍ତ ରାଜ୍ୟକୁ ଜଣାଯାଇଥିଲା । ମୁଁ ସେମାନଙ୍କୁ ଆଶ୍ୱାସନା ଦେଇଥିଲି ଯେ, ଟିକାକରଣର ଅଭାବ ରହିବ ନାହିଁ ଏବଂ ଆବଶ୍ୟକତା ଅନୁଯାୟୀ ଯୋଗାଣ ଜାରି ରହିବ । ଉଲ୍ଲେଖଯୋଗ୍ୟ, ରାଜ୍ୟର କେତେକ କୋଭିଡ୍-୧୯ ଟିକାକରଣ କେନ୍ଦ୍ରରେ ଯଥେଷ୍ଟ ସଂଖ୍ୟକ ଟିକା ନ ଥିବାରୁ ଲୋକମାନଙ୍କୁ ଫେରାଇ ଦିଆଯାଉଛି ବୋଲି କହିଥିଲେ ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ । ଏହା ସହ, ସମ୍ପ୍ରତି ରାଜ୍ୟରେ ୧୪ ଲକ୍ଷ ଡୋଜ୍ ଟିକା ଅଛି । ତାହା ଆଗାମୀ ୩ ଦିନରେ ସରିଯିବ । କେନ୍ଦ୍ର ସରକାର ଆମକୁ ଟିକା ଯୋଗାଇ ଦେବା ବେଳେ ପ୍ରତି ସପ୍ତାହରେ ୪୦ ଲକ୍ଷ ଅତିରିକ୍ତ ଡୋଜ୍ ଟିକା ଯୋଗାଇ ଦେବାକୁ ରାଜ୍ୟ ସରକାର ଦାବି କରିଛନ୍ତି । ଟିକା ଯୋଗାଣ ବେଗ ମଧ୍ୟ ଖୁବ୍ ମନ୍ଥର । କେନ୍ଦ୍ର ଆମକୁ ଟିକା ଦେଉନାହିଁ ବୋଲି ମୁଁ କହୁନାହିଁ, କିନ୍ତୁ ଯୋଗାଣ ବେଗ ଖୁବ୍ ମନ୍ଥର ବୋଲି ଆଜି ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଥିଲେ । ।

Leave A Reply

Your email address will not be published.