ଶେଷରେ ବାନ୍ଦା ଜେଲରେ ପଶିଲେ ମୁଖତାର ଅନସାରୀ

0 69

ଲକ୍ଷେ୍ନø, ୭ ।୪: ଶେଷରେ ୟୁପି ବାନ୍ଦା ଜେଲରେ ପଶିଲେ ୟପିର ମାଫିଆ ଡନ୍ ତଥା ବାହୁବଳୀ ନେତା ମୁଖତାର ଅନସାରୀ । ର୍ଭୋ ୪ଟା ସମୟରେ ମୁଖତାର ଅନସାରୀଙ୍କୁ ବାନ୍ଦା ଜେଲର ବାରାକ ନମ୍ୱର ୧୫ରେ ପୁରାଇଛି ପୁଲିସ । ମୁଖତାର ଅନସାରୀଙ୍କୁ ଆଣିବା ପାଇଁ ପଞ୍ଜାବ ଯାଇଥିଲା ୟୁପି ପୁଲିସ । ଆଉ ପଞ୍ଜାବର ରୋପର ଜେଲରୁ ପୁଲିସ ଅପରାହ୍ନ ୨ଟା ୭ ମିନିଟରେ ମୁଖତାରଙ୍କୁ ନେଇ ୟୁପି ଆସିଛି । ବାରାକ ନମ୍ବର ୧୫ରେ ରହୁଥିବା ଅନ୍ୟ କଏଦୀଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଛି । ବାରାକ ଭିତରେ ତିନିଜଣ ସୁରକ୍ଷା କର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଜେଲର ସିସିଟିଭି କ୍ୟାମେରା ସହିତ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଏମିତିକି ଜେଲ ପାଚେରୀ ଡେଇଁ ପଳାଇବାର ଆଶଙ୍କା ଥିବାରୁ ଜେଲ ଭିତରେ ଥିବା ଲମ୍ୱା ଗଛ ଗୁଡ଼ିକୁ ମଧ୍ୟ କାଟି ଦିଆଯାଇଛି । ୟୁପି ପୁଲିସ ମୁଖତାରଙ୍କୁ ପଞ୍ଜାବ ଜେଲରୁ ଆଣିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ଆଉ ମୁଖତାର ଅନସାରୀକୁ ବାନ୍ଦା ଜେଲକୁ ଆଣିବା ବେଳେ ପୁଲିସ ଶିବିରରେ ପରିଣତ କରାଯାଇଥିଲା । ଏବେ ବାନ୍ଦା ଜେଲ ପ୍ରଶାସନ ଜେଲ ପରିସରରେ ଅତିରିକ୍ତ ସୁରକ୍ଷା କର୍ମୀ ନିୟୋଜିତ କରିବାକୁ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଦାବି କରିଛି । ପଞ୍ଜାବର ରୋପର ଜେଲରେ ମୁଖତାର ଅନସାରୀ ଏକ ମାମଲାରେ ଜେଲରେ ଥିଲେ । ମୁଖତାର ଅନସାରୀକୁ ଆଣିବା ପାଇଁ ୟୁପି ସରକାର ଏବଂ ପଞ୍ଜାବ ସରକାର ମଧ୍ୟରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମାମଲା ଯାଇଥିଲା । ତେବେ ଗତ ମାସରେ ମାର୍ଚ୍ଚ ୨୬ରେ କୋର୍ଟ ଏହି ରାୟ ଦେବାବେଳେ ମୁଖତାର ଅନସାରୀକୁ ଉତ୍ତରପ୍ରଦେଶ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସୋମବାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ବାନ୍ଦା ପୁଲିସର ଏକ ଟିମ୍ ପଞ୍ଜାବର ରୋପଡ ଜିଲ୍ଲା ଜେଲ ଯାଇଥିଲା ମୁଖତାର ଅନସାରୀକୁ ଆଣିବା ପାଇଁ । ଏହି ଟିମରେ ପ୍ରାୟ ୮୦ ଜଣ ପୁଲିସ କର୍ମଚାରୀ ଏବଂ ଅଧିକାରୀ ସାମିଲ ହୋଇଥିଲେ । ମୁଖତାର ଅନସାରୀ ଏବେ ବହୁଜନ ସମାଜ ପାର୍ଟିର ବିଧାୟକ । ବିଭିନ୍ନ ହତ୍ୟା ଏବଂ ଅପରାଧ ମାମଲାରେ ସଂଶ୍ଳିଷ୍ଟ ରହିଛନ୍ତି ଏହି ବାହୁବଳୀ ନେତା । ୟୁପି ପୁଲିସର ସୂଚନାନୁସାରେ, ଉତ୍ତରପ୍ରଦେଶ ତଥା ଅନ୍ୟାନ୍ୟ ରାଜ୍ୟରେ ଅନସାରୀ ବିରୋଧରେ ପ୍ରାୟ ୫୨ଟି ମାମଲା ରୁଜୁ ହୋଇଛି । ସେ ଦୁଇ ବର୍ଷରୁ ଅଧିକ ସମୟ ପଞ୍ଜାବ ଜେଲରେ ଥିଲେ । ଏକ ବଟି ଆଦାୟ ମାମଲାରେ ଜେଲରେ ଥିଲେ । ଏହାପରେ ଅନସାରୀଙ୍କ ବିରୋଧରେ ଅନେକ ୱାରେଣ୍ଟ ଜାରି କରିଥିଲା ୟୁୁପି ପୁଲିସ । ହେଲେ ଅସୁସ୍ଥତା କାରଣରୁ ପଞ୍ଜାବ ପୁଲିସ ତାଙ୍କୁ ଉତ୍ତରପ୍ରଦେଶକୁ ସ୍ଥାନାନ୍ତର କରିବାକୁ ରାଜି ହେଉନଥିଲା ।

Leave A Reply

Your email address will not be published.