କମ୍ପୁଛି ପିପିଲି ମୈଦାନ : ଭର୍ଚୁଆଲ୍ ରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

0 73

ପିପିଲି: ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ ଜୋରଦାର କରାଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି ଦଳର ହାଇପ୍ରୋଫାଇଲ ନେତା ପ୍ରଚାରରେ ସାମିଲ ହୋଇନାହାନ୍ତି । କିନ୍ତୁ ଆଗାମୀ ଦିନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେପି ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ର·ର କରିବେ ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ନିର୍ବାଚନମଣ୍ଡଳୀରେ ଭର୍ଚୁଆଲ ପ୍ରଚାର କରିବେ । ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ପ୍ରଚାରରେ ସାମିଲ ହେବେ । ଏଥିାଇଁ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଏଲ୍ଇଡି ପ୍ରୋଜେକ୍ଟର ଲଗାଯିବ ବୋଲି ବିଧାୟକ ଉମାକାନ୍ତ ସାମନ୍ତରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀ କେବେ ଭର୍ଚୁଆଲ ର୍ୟାଲି କରିବେ ସେ ସମ୍ପର୍କରେ ଜଣାପଡ଼ିନାହିଁ ।

Leave A Reply

Your email address will not be published.