ଉପେନ୍ଦ୍ର ଦ୍ୱିବେଦୀ ହେଲେ ସେନା ଉପମୁଖ୍ୟ

0 72

ନୂଆଦିଲ୍ଳୀ, ୧୦ ।୪: ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ଶନିବାର ଦିନ ସେନାର ଉପ ପ୍ରମୁଖ ପଦରେ ଅବସ୍ଥାପିତ କରାଯାଇଛି । ସେ ପୂର୍ବରୁ ୯ ଫୋର୍ସର କମାଣ୍ଡର ପଦ ସମ୍ଭାଳୁଥିଲେ । ଶ୍ରୀ ଦ୍ୱିବେଦୀଙ୍କ ପୂର୍ବରୁ ସେନାର ଉପ ପ୍ରମୁଖ ଦାୟିତ୍ୱରେ ଥିଲେ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି । ଏବେ ସେନାର ପ୍ରମୁଖ ପଦରେ ରହିଛନ୍ତି ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ । ନ୍ୟାସନାଲ୍ ଡିଫେନ୍ସ ଏକାଡୋମୀର ପୂର୍ବତନ ଛାତ୍ର ଜେନେରାଲ ଦ୍ୱିବେଦୀ ୧୯୮୪ ମସିହା ଡିସେମ୍ବର ମାସରେ ଜମ୍ମୁ-କାଶ୍ମୀରର ୧୮ ବାଟାଲିୟନରେ ଭର୍ତ୍ତି ହୋଇଥିଲେ । ୩୫ ବର୍ଷରୁ ଅଧିକ କ୍ୟାରିୟର ମଧ୍ୟରେ ଚୌକିବଲ ଠାରେ ହୋଇଥିବା ବିଦ୍ରୋହ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ମଣିପୁର ଆସାମ ରାଇଫଲ ସେକ୍ଟରରେ ବାଟାଲିୟନର ନେତତ୍ୱ ନେଇ ସେ ବେଶ୍ ସଫଳତା ପାଇଥିଲେ । ସବୁଠାରୁ ରୋଚକ କଥା ହେଉଛି ଗତ ଫେବ୍ରୁଆରି ମାସରେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ଏହି ପଦରେ ଅବସ୍ଥାପିତ ହୋଇଥିଲେ । ତାଙ୍କ ପୂର୍ବରୁ ଜେନେରାଲ ଏସ୍ କେ ସୋନୀ ଏହି ପଦରେ ଥିଲେ । ଯିଏକି ରବିବାର ଦିନ ଅବସର ନେଇଛନ୍ତି ।

Leave A Reply

Your email address will not be published.