ବିଜେପି ଉପରେ ବର୍ଷିଲେ ସୁବ୍ରମଣ୍ୟମ ସ୍ୱାମୀ

0 76

ନୂଆଦିଲ୍ଲୀ, ୧୦ ।୪: ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଉତ୍ତରାଖଣ୍ଡ ସରକାରଙ୍କ ଏକ ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଦଳ ଯଦି ପ୍ରସଙ୍ଗରୁ ବାହାରକୁ ଯାଏ ତେବେ ସେ ଖୋଲାଖୋଲି ସମାଲୋଚନା କରିବେ ବୋଲି କହିଛନ୍ତି । ଏଥିରେ ସେ ଅମିତ ଶାହଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଗଡ଼କରୀ ଓ ରାଜନାଥ ଦଳର ସଭାପତି ଥିବା ବେଳେ ପାର୍ଟି ଫୋରମରେ ଆଲୋଚନା ହେଉଥିଲା । ହେଲେ ଅମିତ ଶାହ ଦଳର ନୀତି ବଦଳାଇ ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ସ୍ୱାମୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାବତଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ତିରଥ ସିଂହ ତାଙ୍କ ପୂର୍ବ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାବତଙ୍କ ଏକ ବଡ଼ ନିଷ୍ପତ୍ତିକୁ ବଦଳାଇଛନ୍ତି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସ୍ୱାମୀ କହିଛନ୍ତି । ଉତ୍ତରାଖଣ୍ଡର କେଦାରନାଥ, ବଦ୍ରିନାଥ ଧାମ ସମେତ ୫୧ ମନ୍ଦିରରୁ ସରକାରୀ କର୍ତ୍ତୃତ୍ୱ ପ୍ରତ୍ୟାହାର କରିନେବେ ବୋଲି କହିଛନ୍ତି । ତାଙ୍କର ଏହି ନିଷ୍ପତ୍ତି ଯୋଗୁ ଦେଶର ଅନ୍ୟ ଦଳଙ୍କ ଅପେକ୍ଷା ବିଜେପିର ଭବିଷ୍ୟତ ସୁରକ୍ଷିତ ବୋଲି କହିଛନ୍ତି ସ୍ୱାମୀ ।

Leave A Reply

Your email address will not be published.