ମୋହନ ଭାଗବତ କରୋନା ସଂକ୍ରମିତ

0 66

ନାଗପୁର, ୧୦ ।୪: କରୋନାରେ ସଂକ୍ରମିତ ହୋଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ । ଆରଏସଏସ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି । ଗତକାଲି ସେ କରୋନାରେ ସଂକ୍ରମିତ ହେବା ପରେ ନାଗପୁରର କିଙ୍ଗଜୱେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କରୋନା ପଜିଟିଭ ହେବା ପୂର୍ବରୁ ତାଙ୍କ ପାଖରେ କରୋନାର ସମସ୍ତ ପ୍ରକାର ଲକ୍ଷଣ ଦେଖିବାକୁ ମିଳିଥିଲା । ଏବେ ହସ୍ପିଟାଲର କୋଭିଡ ୱାର୍ଡରେ ମୋହନ ଭାଗବତ ଭର୍ତ୍ତି ହୋଇଥିବା ସୂଚନା ରହିଛି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏକ ଡାକ୍ତରୀ ଟିମ୍ ଭାଗବତଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିବା ଆରଏସଏସର ନାଗପୁର ଶାଖାର ଜଣେ ସଂଘ ସଦସ୍ୟ ଏହି ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ ୬ରେ ମୋହନ ଭାଗବତ କରୋନାର ପ୍ରଥମ ଟିକା ନେଇଥିଲେ । ସୂଚନାଯୋଗ୍ୟ ମହାରାଷ୍ଟ୍ରରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ନାଗପୁରରେ ବିଗତ ୨୪ ଘଣ୍ଟାରେ ୬ ହଜାର ୪୮୯ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୬୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ସେହିପରି ୨୪ ଘଣ୍ଟାରେ ୨ ହଜାର ୧୭୫ ଜଣ ଆରୋଗ୍ୟ ହୋଇଛନ୍ତି । ଏବେ ନାଗପୁରରେ ମୋଟ୍ ୨ ଲକ୍ଷ ୬୬ ହଜାର ୨୨୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୨ ଲକ୍ଷ ୧୧ ହଜାର ୨୩୬ ଜଣ ଆରୋଗ୍ୟ ହୋଇଥିବା ବେଳେ ୪୯ ହଜାର ୩୪୭ ଜଣ ଚିକିତ୍ସାଧୀନ ରହିଛନ୍ତି । ମୋଟ୍ ୫ ହଜାର ୬୪୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.