ଆମେରିକାରେ ପୁଣି ଜଣେ ଅଶ୍ୱେତ ଯୁବକଙ୍କୁ ଗୁଳି କରି ହତ୍ୟା

0 69

ନୂଆଦିଲ୍ଲୀ, ୧୨ ।୪: ପୁଣି ଆମେରିକା ପୋଲିସର ବର୍ବରତା ଖବର ସାମ୍ନାକୁ ଆସିଛି । ପୁଣି ଜଣେ ଅଶ୍ୱେତ ଯୁବକଙ୍କୁ ଗୁଳି କରି ମାରିଦେଇଛି ଆମେରିକା ପୋଲିସ । ଜର୍ଜ ଫ୍ଲୋଏଡଙ୍କୁ ହତ୍ୟା କରାଯାଇଥିବା ସ୍ଥାନର ପାଖାପାଖି ଅଞ୍ଚରେ ଜଣେ ଅଶ୍ୱେତ ଯୁବକଙ୍କୁ ପୋଲିସ ଗୁଳି କରିବା ପରେ ଲୋକେ ଆନ୍ଦେଳନକୁ ଓହ୍ଲାଇଛନ୍ତି । ଲୋକେ ପୋଲିସ ବିରୋଧରେ ଲୋକେ ପ୍ରବଳ ନାରାବାଜି କରୁଥିବା ଦେଖିବାକୁ ମିଳିଛି । ଆମେରିକାର ମିନାପୋଲିସ୍ ସହର ଏବେ ରଣକ୍ଷେତ୍ର ପାଲଟିଛି । ଗତବର୍ଷ ଜର୍ଜ ଫ୍ଲୋଏଡଙ୍କୁ ହତ୍ୟା କରିବା ପରେ ଅନ୍ତର୍ଜାତୀୟ ସ୍ତରରେ ଏହାକୁ ନେଇ ପ୍ରତିବାଦ କରାଯାଇଥିଲା । ପୁଣି ଥରେ ପୋଲିସ ଏଭଳି କାଣ୍ଡ କରିଥିବାରୁ ଲୋକେ ତେଜିଛନ୍ତି । ତେବେ ମୃତ ୨୦ ବର୍ଷୀୟ ଯୁବକ ଦନ୍ତେ ରାଇଟ୍ ବୋଲି ଜଣାପଡ଼ିଛି । ଅଶ୍ୱେତ ଯୁବକଙ୍କୁ ପୋଲିସ ଗୁଳି କରିବା ପରେ ଉତ୍ତର ମିନାପୋଲିସରେ ଶହ ଶହ ଲୋକେ ବ୍ରୁକ୍ଲିନ୍ ପୋଲିସ ଷ୍ଟେସନ ସାମ୍ନାରେ ଆନ୍ଦୋଳନ କରିଛନ୍ତି । ଏପରିକି ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟ ସଂଘର୍ଷ ହୋଇଥିବା ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି । ଆନ୍ଦୋଳନକୁ ଆୟତ୍ତ କରିବା ପାଇଁ ପୋଲିସ ଟିୟର ଗ୍ୟାସ୍ ବ୍ୟବହାର କରିଛି । ୨୦ ବର୍ଷୀୟ ଦନ୍ତେଙ୍କ ମା’ ରବିବାର କହିଛନ୍ତି ଯେ, ପ୍ଲୋଇସ୍ ତାଙ୍କୁ ରହିବାକୁ କହି ତାଙ୍କ ପୁଅକୁ ଘୁଷାରି ନେଇଥିଲା । ଏହା ସହ ପୋଲିସ ତାଙ୍କ ପୁଅକୁ ଫୋନ୍ ରଖିବାକୁ କହିଥିଲା । ପରେ ଜଣେ ପୋଲିସ ଅଧିକାରୀ ଫୋନ୍ କାଟିଦେଇଥିଲେ । ପୁଅର ପ୍ରେମିକା ତାଙ୍କୁ କହିଲେ ପୋଲିସ ଦନ୍ତେଙ୍କୁ ଗୁଳି କରିଛି । ତେବେ ତଦନ୍ତ ବେଳେ ଜଣେ ତଦନ୍ତକାରୀ ଅଧିକାରୀ ଦନ୍ତେଙ୍କୁ ଗୁଳି କରିଥିବା ନେଇ ମିନେସୋଟା ବ୍ୟରୋ ଅଫ୍ କ୍ରିମିନାଲ୍ ଆପରେହେନସନ୍ ସ୍ପଷ୍ଟ କରିଛି ।

Leave A Reply

Your email address will not be published.