କରୋନା ମୃତ୍ୟୁ ଲୁଚାଉଛି ମଧ୍ୟପ୍ରଦେଶ

0 73

ଭୋପାଲ, ୧୫ ।୪: ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର ହେଉଥିବା ଶହଶହ ମୃତଦେହ ହିଁ ବୟାନ କରୁଛି ମଧ୍ୟପ୍ରଦେଶରେ ଏବେ କରୋନା ସ୍ଥିତି କେତେ ଜଟିଳ ହୋଇଛି । ତେବେ ସରକାରୀ ତଥ୍ୟ ଓ ଶ୍ମଶାନରେ ଅନ୍ତିମ ସଂସ୍କାର ହେଉଥିବା ଶବସକ୍ରାର ମଧ୍ୟରେ ଆକାଶ ପାତାଳର ଫରକ ରହିଛି । ଯେଉଁ ସଂଖ୍ୟାରେ କରୋନା ଆକ୍ରାନ୍ତଙ୍କ ଶବ ସକ୍ରାର କରାଯାଉଛି, ତା’ଠାରୁ ଯଥେଷ୍ଟ କମ୍ ଲୋକ ରାଜ୍ୟରେ କରୋନା ଯୋଗୁ ପ୍ରାଣ ହରାଉଥିବା ସରକାରୀ କାଗଜପତ୍ରରେ ଦର୍ଶାଇଛି । ଭୋପାଳରେ ଥିବା ଭଡ଼ଭାଡ଼ା ଶ୍ମଶାନରେ ଯେଉଁ ସଂଖ୍ୟାରେ କରୋନା ଆକ୍ରାନ୍ତଙ୍କ ମୃତଦେହକୁ ସକ୍ରାର କରାଯାଉଛି, ତା’କୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ୧୯୮୪ ଭୋପାଲ ଗ୍ୟାସ ଟ୍ରାଜେଡି ପରଠାରୁ ସେମାନେ କେବେହେଲେ ଶ୍ମଶାନ ଘାଟରେ ଏଭଳି ଚିତ୍ର ଦେଖି ନଥିଲେ ବୋଲି କହିଛନ୍ତି । ସୋମବାର ଭଡ଼ଭାଡ଼ା ଶ୍ମଶାନରେ ୩୭ ଜଣ କରୋନା ଆକ୍ରାନ୍ତଙ୍କ ଶବ ସକ୍ରାର କରାଯାଇଛି । ହେଲେ ସ୍ୱାସ୍ଥ୍ୟ ବିଭାଗ ପୂରା ମଧ୍ୟପ୍ରଦେଶରେ ସୋମବାର ୩୭ ଜଣ କରୋନାରେ ପ୍ରାଣ ହରାଇଥିବା ବୁଲେଟିନ୍ରେ ଉଲ୍ଲେଖ କରିଥିଲା । ସେହିପରି ୫ ଦିନର ମୃତ୍ୟୁସଂଖ୍ୟାରେ ମଧ୍ୟ ହରେଫେର ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି । ସକ୍ରାର କରାଯାଇଥିଲା । ହେଲେ ସ୍ୱାସ୍ଥ୍ୟ ବିଭାଗ ବୁଲେଟିନ୍ରେ ସେଦିନ ପୂରା ରାଜ୍ୟରେ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା । ସେହିପରି ଏପ୍ରିଲ ୯ରେ କେବଳ ଭୋପାଲରେ ୩୫ଟି ଶବ, ଏପ୍ରିଲ ୧୦ରେ ୫୬ଟି, ଏପ୍ରିଲ ୧୧ରେ ୬୮ ଓ ଏପ୍ରିଲ ୧୨ରେ ୫୯ ଜଣଙ୍କ ଶବକୁ କୋଭିଡ୍ ଗାଇଡଲାଇନ ଅନୁଯାୟୀ ସକ୍ରାର କରାଯାଇଥିଲା । କିନ୍ତୁ ସରକାର ଏପ୍ରିଲ ୯ରେ ୨୩, ଏପ୍ରିଲ ୧୦ରେ ୨୪, ଏପ୍ରିଲ ୧୧ରେ ୨୪ ଓ ଏପ୍ରିଲ ୧୨ରେ ସମଗ୍ର ମଧ୍ୟପ୍ରଦେଶରେ ୩୭ ଜଣ କରୋନାରେ ପ୍ରାଣ ହରାଇଥିବା କହିଛନ୍ତି । ଏହି ତଥ୍ୟକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ବେଳେ ସରକାର କିନ୍ତୁ ଏହାକୁ ମାନି ନାହାନ୍ତି । ରାଜ୍ୟ ମେଡିକାଲ ଏଡୁକେସନ ମନ୍ତ୍ରୀ ବିଶ୍ୱାସ ସାରଙ୍ଗ କହିଛନ୍ତି, ମୃତ୍ୟୁସଂଖ୍ୟା ଲୁଚାଇବାକୁ ସରକାର କୌଣସି ଉଦ୍ଦେଶ୍ୟ ରଖିନାହାନ୍ତି । ଆମେ ସଂଖ୍ୟା ଲୁଚାଇ କୌଣସି ପୁରସ୍କାର ପାଇବୁ ନାହିଁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ବିପୁଳ ସଂଖ୍ୟାରେ ଶବସକ୍ରାର କରି ଶ୍ମଶାନ ଘାଟର କର୍ମଚାରୀ ମଧ୍ୟ ଅତିଷ୍ଠ ହୋଇଗଲେଣି । ସ୍ଥିତି ଏପରି ହୋଇଛି ଯେ ଅନ୍ତିମ ସଂସ୍କାର ପାଇଁ କାଠର ଅଭାବ ମଧ୍ୟ ଦେଖାଗଲାଣି । ଭୋପାଲ ଶ୍ମଶାନ ଘାଟରେ କାମ କରୁଥିବା ରୈସି ଖାନ କହିଛନ୍ତି, ପ୍ରତିଦିନ ୧୦୦ରୁ ୧୫୦ କ୍ୱିଣ୍ଟାଲ କାଠ ଦରକାର ପଡ଼ୁଛି । କାରଣ ଦୈନିକ ୪୦ରୁ ୪୫ଟି ଶବର ସକ୍ରାର କରାଯାଉଛି ।

Leave A Reply

Your email address will not be published.