ମେ ସୁଦ୍ଧା ଭାରତ ସ୍ପୁଟନିକ୍-୫ ଟିକା ଆମଦାନି କରିବ!

0 70

ନୂଆଦିଲ୍ଲୀ, ୧୫ ।୪: ଆସନ୍ତା ମାସ ସୁଦ୍ଧା ଭାରତକୁ ରୁଷ୍ ନିର୍ମିତ କୋଭିଡ୍-୧୯ ଟିକା “ସ୍ପୁଟ୍ନିକ୍-୫’ ଆମଦାନି ହେବାର ସମ୍ଭାବନା ଅଛି ବୋଲି ଏ ସଂକ୍ରାନ୍ତରେ ଅବଗତ ଥିବା ଲୋକେ କହିଛନ୍ତି । ବିଭିନ୍ନ କମ୍ପାନିମାନଙ୍କ ସହ ହୋଇଥିବା ରାଜିନାମା ଜରିଆରେ ଜୁନ୍ ଶେଷ କିମ୍ବା ଜୁଲାଇ ଆରମ୍ଭ ବେଳକୁ ଏହି ଟିକାର ଆଞ୍ଚଳିକ ଉତ୍ପାଦନ ହେବ ବୋଲି “ରଷିଆନ୍ ଡାଇରେକ୍ଟ୍ ଇନ୍ଭେଷ୍ଟ୍ମେଣ୍ଟ୍ ଫଣ୍ଡ୍’ (ଆର୍ଡିଆଇଏଫ୍) କିରିଲ୍ ଡିମିତ୍ରିଏଭ୍ କହିଛନ୍ତି । ରୁଷ୍ର ସାର୍ବଭୌମ ସମ୍ପଦ ପାଣ୍ଠି “ଆର୍ଡିଆଇଏଫ୍) ବିଶ୍ୱବ୍ୟାପୀ ଏହି ଟିକାର ବିପଣନ କରୁଛି । ଜରୁରୀ ପରିସ୍ଥିତିରେ ନିୟନ୍ତ୍ରିତ ଉପଯୋଗ ନିମନ୍ତେ ଏହି ଟିକାକୁ ଆମଦାନି କରିବା ପାଇଁ ମଙ୍ଗଳବାର ଦିନ “ଡର୍କ୍ଟ ରେଡିସ୍ ଲ୍ୟାବ୍ସ୍’ ଭାରତୀୟ ଡ୍ରଗ୍ କଣ୍ଟ୍ରୋଲଙ୍ର୍କ ଅନୁମୋଦନ ଲାଭ କରିଛି । ସୂଚନାଯୋଗ୍ୟ ଭାରତରେ ଏହି ଟିକା ବଣ୍ଟନ ପାଇଁ “ଡର୍କ୍ଟ ରେଡିସ୍ ଲ୍ୟାବ୍ସ୍’ ଲାଇସେନ୍ସ୍ ପାଇଛନ୍ତି । “ଡର୍କ୍ଟ ରେଡିସ୍ ଲ୍ୟାବ୍ସ୍’ ବ୍ୟତିରେକେ “ସ୍ପୁଟ୍ନିକ୍-୫’ ଟିକାର ଆଞ୍ଚଳିକ ଉତ୍ପାଦନ “ଆର୍ଡିଆଇଏଫ୍’ ଅନ୍ୟ ୫ଟି କମ୍ପାନି ସହ ରାଜିନାମା କରିଛି ।

Leave A Reply

Your email address will not be published.