ଚାଇନାକୁ ଚେକ୍ ଦେବେ ଆମେରିକା ଓ ତାଇୱାନ

0 60

ତାଇପୋଇ, ୧୫/୪: ଚାଇନାକୁ କାଉଣ୍ଟର ଦେବାକୁ ତାଇୱାନର ସ୍ୱତନ୍ତ୍ର ରଣନୀତି । ଆମେରିକା ସହ ମିଳିତ ଭାବେ ଚୀନକୁ ଦେବ ଚେକ୍ । ଏନେଇ ତାଇୱାନ ରାଷ୍ଟ୍ରପତି ସାଇଇଙ୍ଗ୍ ୱେନ୍ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କହିଛନ୍ତି । ଆମେରିକା ପ୍ରତିନିଧିଙ୍କ ତାଇପୋଇ ଗସ୍ତ ବେଳେ ଉଭୟ ଦେଶ ଏକାଠି ହୋଇ ଚୀନର ଆଧିପତ୍ୟକୁ ଚେକ୍ ଦେବା ଯୋଜନା ପ୍ରସ୍ତୁତ କରିବା ନେଇ ସେ ବାଇଡେନଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି । ସୂଚନାନୁସାରେ ଆମେରିକାର ପୂର୍ବତନ ବରିଷ୍ଠ ଅଧିକାରୀଙ୍କ ସମେତ, ୟୁଏସ ସିନେର୍ଟ କ୍ରିସ୍ ଡୋଡ୍, ପୂର୍ବତନ ଡେପୁଟି ସେକ୍ରେଟାରୀ ରିଚାର୍ଡ ଆର୍ମିଟେଜ୍ ଓ ଜେମସ୍ ଷ୍ଟେନବର୍ଗ ତାଇପୋଇ ଗସ୍ତ କରିଛନ୍ତି । ଏହାସହ ବିଶ୍ୱକୁ ଆମେରିତା ତାଇୱାନ ସହ ସଦାବେଳେ ରହିଥିବା ନେଇ ବାର୍ତ୍ତା ମଧ୍ୟ ଦେଇଛନ୍ତି । ୱେନ୍ ଆମେରିକୀୟ ଅଧିକାରୀଙ୍କ ସହ ବୈଠକରେ କହିଛନ୍ତି ଯେ, ଚାଇନାର ଗତିବିଧି ଆଞ୍ଚଳିକ ଶାନ୍ତି ଭଙ୍ଗ କରୁଛି । ଏହାକୁ ରୋକାଯିବା ଆବଶ୍ୟକ । ତାଇୱାନ ଆମେରିକା ଭଳି ସମାନ ବିଚାରଧାର ଦେଶ ସହ କାମ କରିବାକୁ ପ୍ରସ୍ତୁତ । ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ଦେଶ ଏକାଠି ହେବା ଆବଶ୍ୟକ । ଏହି ବୈଠକ ସମ୍ପୂର୍ଣ୍ଣ ଭାବେ ଫେସବୁକ୍ ମାଧ୍ୟମରେ ଲାଇଭ୍ କରାଯାଇଥିଲା । ସେ ଆହୁରି କହିଛନ୍ତି ଯେ, ଆମେରିକା ସହ ଅତିଶୀଘ୍ର ବାଣିଜ୍ୟ ସମ୍ବନ୍ଧୀୟ କଥାବାର୍ତ୍ତା ଆରମ୍ଭ ହେବ । ତାଇୱାନ ହେଉଛି ଚୀନର ମୁଖ୍ୟ ପ୍ରସଙ୍ଗ । ତାଇୱାନ ଚୀନଠୁ ଅଲଗା ହୋଇଥିବା ଦାବି କରୁଥିବା ବେଳେ ଚୀନ କିନ୍ତୁ ଏହାକୁ ମାନୁନାହିଁ । ଅଧିକାଂଶ ସମୟରେ ତାଇୱାନକୁ ଆକ୍ରମଣର ଭୟ ଦେଖାଉଚି ବେଜିଂ । ଆମେରିକା ତାଇୱାନକୁ ଏକ ସ୍ୱତନ୍ତ୍ର ଦେଶ ଭାବେ ଘୋଷଣା ପାଇଁ ପ୍ରୟାସ ଜାରି ରଖିଛି । ଆମେରିକୀୟ ଅଧିକାରୀଙ୍କ ତାଇୱାନ ଗସ୍ତ ଚାଇନାକୁ ଚେତାବନୀ ସଦୃଶ ବୋଲି ୟୁଏସର ଜଣେ ଅଧିକାରୀ କହିଛନ୍ତି । ସୂଚନାଯୋଗ୍ୟ, ଚାଇନା ବୁଧବାର ତାଇୱାନ ନିକଟରେ କରିଥିବା ନିଜର ସମରାଭ୍ୟାସକୁ ସାଧାରଣ କହିବା ସହ ୱେନଙ୍କ ସହ ୟୁଏସ ଅଧିକାରୀଙ୍କ ବୈଠକ ଅଧିକ ତିକ୍ତତା ସୃଷ୍ଟି କରିବ ବୋଲି କହିଛି ।

Leave A Reply

Your email address will not be published.