ବିଜେପିର ବହିରାଗତଙ୍କ ଯୋଗୁଁ କରୋନା ସଂକ୍ରମଣ ବଢ଼ୁଛି

0 62

ଜଳପାଇଗୁଡି, ୧୫ ।୪: ବିଧାନସଭା ନିର୍ବାଚନ ପ୍ରଚାର ନିମନ୍ତେ ବିଜେପି ବହୁସଂଖ୍ୟକ ବହିରାଗତଙ୍କୁ ଆଣିବାରୁ ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଇଛି ବୋଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି । ବୁଧବାର ଦିନ ଏକ ନିର୍ବାଚନ ରାଲିରେ ଉଦ୍ବୋଧନ ଦେବା ବେଳେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଏଭଳି ମନ୍ତବ୍ୟ ଦେଇଛନ୍ତି । ବାନାର୍ଜୀ କହିଲେ, ନିର୍ବାଚନ ପ୍ରଚାର ନିମନ୍ତେ ବହିରାଗତମାନଙ୍କୁ ଆଣି ବିଜେପି ନେତାମାନେ କୋଭିଡ୍ ମାମଲା ବୃଦ୍ଧି କରାଇଲେ । ଆମେ କୋଭିଡ୍ ପରିସ୍ଥିତି ନିୟନ୍ତ୍ରଣକୁ ଆଣି ପାରିଥିଲୁ । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ରାଜ୍ୟର ବହୁସଂଖ୍ୟକ ଲୋକମାନଙ୍କୁ ଟିକା ଦେବା ନିମନ୍ତେ ରାଜ୍ୟର ନିବେଦନ ପ୍ରତି କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି । ମମତା ବାନାର୍ଜୀଙ୍କ ଏ ଭଳି ଅଭିଯୋଗକୁ ବିଜେପି ଦୃଢ଼ ବିରୋଧ କରିଛି । କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ମହାମାରୀ ନିମନ୍ତେ ସେ ମୋଦୀଜୀ ଓ ଅମିତ ଶାହାଜୀଙ୍କୁ ଗାଳି ଦେଉଥିବାରୁ ମୁଁ ମର୍ମାହତ ।

Leave A Reply

Your email address will not be published.