ରାଜ୍ୟରେ ୨୪ ଘଣ୍ଟାରେ ୩୧୦୮ ପଜିଟିଭ୍ ଚିହ୍ନଟ

0 70

ଭୁବନେଶ୍ବର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୧୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬୧୪୫୦ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୦୬ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୩୦୨ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୫୨୩ ଜଣ, କଟକରୁ ୧୬୩ ଜଣ,ନବରଙ୍ଗପୁରରୁ ୧୫୬ ଜଣ, ସମ୍ବଲପୁରରୁ ୧୫୩ ଜଣ, ବାଲେଶ୍ବରରୁ ୧୫୧ ଜଣ,ନୂଆପଡ଼ାରୁ ୧୪୦ ଜଣ, ବଲାଙ୍ଗୀରରୁ ୧୩୩ ଜଣ, ବରଗଡ଼ରୁ ୧୩୨ ଜଣ,ପୁରୀରୁ ୧୧୪ ଜଣ, କେନ୍ଦୁଝରରୁ ୧୦୫ ଜଣ,ଝାରସୁଗୁଡ଼ାରୁ ୮୯ ଜଣ, ଯାଜପୁରରୁ ୭୫ ଜଣ, ମୟୂରଭଞ୍ଜରୁ ୭୧ ଜଣ,ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାରୁ ୫୫ ଜଣ ଲେଖାଏଁ, ଭଦ୍ରକରୁ ୫୩ ଜଣ, ଅନୁଗୁଳରୁ ୪୪ ଜଣ, ସୋନପୁରରୁ ୪୨ ଜଣ, ରାୟଗଡ଼ାରୁ ୩୮ ଜଣ,ଜଗତସିଂହପୁରରୁ ୨୯ ଜଣ, କୋରାପୁଟରୁ ୨୩ ଜଣ, କେନ୍ଦ୍ରାପଡ଼ାରୁ ୨୨ ଜଣ, ଦେବଗଡ଼ରୁ ୧୯ ଜଣ, ଗଜପତିରୁ ୧୮ ଜଣ, ଢ଼େଙ୍କାନାଳାରୁ ୧୬ ଜଣ, ନୟାଗଡ଼ରୁ ୧୫ ଜଣ, କନ୍ଧମାଳରୁ ୧୦ ଜଣ, ବୌଦ୍ଧରୁ ୯ ଜଣ,ମାଲକାନଗିରିରୁ ୩ ଜଣ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୬୧୪୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୬୮୮୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୪୨୫୭୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୫୨୮୧୮୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Leave A Reply

Your email address will not be published.