ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ କେବଳ ୩୦ ଜଣଙ୍କ କୋଭିଡ ଟେଷ୍ଟିଂ କରୁଥିବା ଯୋଗୁଁ ରୋଗି ଅସନ୍ତୋଷ

0 81

ଟିଟିଲାଗଡ଼ – ଦିନକୁ ଦିନ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ଆଜି ସକାଳେ ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟେଷ୍ଟିଂ ପାଇଁ ଆସିଥିବା ଲୋକ ଅସନ୍ତୋଷ ହେବା ସହ ଟେଷ୍ଟିଂ ସଂଖ୍ୟାକୁ ଅଧିକ କରିବାକୁ ଦାବୀ କରିଛନ୍ତି । ସକାଳ ଆଠଟାରୁ ଆସି ଘଣ୍ଟାଏ ହେଲା ଛିଡା ହୋଇଥିବା ସତ୍ତ୍ଵେ ମେଡିକାଲ ଷ୍ଟାଫ୍ ଙ୍କ ଦେଖା ନ ଥିଲା, ଯେଉଁ ଘରେ ଟେଷ୍ଟିଂ କରାଯାଉଛି ଅଳିଆ ଆବର୍ଜନାରେ ଭର୍ତି ହୋଇଥିବା ମଧ୍ଯ ଅଭିଯୋଗ କରିଥିଲେ ଆସିଥିବା ଲୋକେ ଏବଂ ତାଙ୍କ ସମ୍ବନ୍ଧୀୟ ।

ବଲାଙ୍ଗୀର ଜିଲ୍ଲାର ସବୁଠୁ ବୃହତ ସବ ଡିଭିଜନ ଡାକ୍ତରଖାନା ହେଉଛି ଟିଟିଲାଗଡ଼। ବେଶୀ ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଶହ ଶହ ଲୋକ ଏଠାକୁ ଆସୁଥିବା ବେଳେ ନିରାଶ ହୋଇ ଫେରୁଛନ୍ତି। ସରକାର ଟେଷ୍ଟିଂ ସଂଖ୍ୟା ବଢ଼ାଇବାକୁ ଦାବି କରିଛନ୍ତି । ସେମିତି ବି ଟିଟିଲାଗଡ ଡାକ୍ତରେଖାନାରେ ୧୮ ଜାଗାରେ ଏବେ ୪ ଜଣ ଅଛନ୍ତି । ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.