ମେ ୧୩ରେ ପିପିଲି ଭୋଟ୍, ୧୬ରେ ଫଳାଫଳ

0 76

ଭୁବନେଶ୍ୱର : କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ସ୍ଥଗିତ ରହିଥିବା ପିପିଲି ଉପନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ସାନି ତାରିଖ ଘୋଷଣା କରିଛନ୍ତି । ମେ ୧୩ରେ ହେବ ପିପିଲି ଉପ ନିର୍ବାଚନ । ଭୋଟ୍ ଗଣତି ମେ ୧୬ରେ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,ଏପ୍ରିଲ ୧୯ରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ମନୋନୟନ ପତ୍ର ଦାଖଲ ଆରମ୍ଭ ହେବ । ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଏପ୍ରିଲ ୨୬ ରଖାଯାଇଛି । ଏପ୍ରିଲ ୨୭ରେ ପ୍ରାର୍ଥୀ ପତ୍ର ଯାଞ୍ଚ ଏବଂ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୨୯ ନିର୍ଦ୍ଧାରିତ କରାଯାଇଛି । ମେ ୧୩ରେ ମତଦାନ ଏବଂ ମେ ୧୬ରେ ଭୋଟ୍ ଗଣତି ହେବ ବୋଲି ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ । ତେବେ କେବଳ କଂଗ୍ରେସକୁ ନୂତନ ପ୍ରାର୍ଥୀ ଦେବାକୁ ସୁଯୋଗ ମିଳିବ ।

ବିଜେଡି ପକ୍ଷରୁ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀ ନିର୍ବାଚନ ଲଢୁଥିବା ବେଳେ ବିଜେପି ପକ୍ଷରୁ ମଇଦାନରେ ଅଛନ୍ତି ଆଶ୍ରିତ ପଟ୍ଟନାୟକ । ଏବେ କଂଗ୍ରେସ କାହାକୁ ପ୍ରାର୍ଥୀ କରୁଛି ତାହା ଦେଖିବା ବାକି ରହିଲା । ତେବେ ଅଜିତ୍ଙ୍କ ପରିବାରର ପ୍ରାର୍ଥୀ କରାଯାଇପାରେ ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, ଏପ୍ରିଲ ୧୭ରେ ପିପିଲି ଉପ ନିର୍ବାଚନ ହେବାର ଥିଲା । ହେଲେ ଏହାର ତିନି ଦିନ ପୂର୍ବରୁ ଅର୍ଥାତ ଏପ୍ରିଲ ୧୪ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ଘଟିଥିଲା । ଫଳରେ ନିର୍ବାଚନକୁ ସ୍ଥଗିତ ରଖିବାକୁ ପଡିଥିଲା ।

ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ଆଧାରରେ ନିର୍ବାଚନ ଆୟୋଗ ପିପିଲି ଉପ ନିର୍ବାଚନ ନେଇ ସାନି ତାରିଖ ସ୍ଥିର କରିଛନ୍ତି । ସାନି ତାରିଖ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ନିର୍ବାଚନ ପ୍ରଚାର ସମୟରେ ଏପ୍ରିଲ ୭ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ଅସୁସ୍ଥ ହୋଇଥିଲେ । ୧୦ ତାରିଖରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ଅଜିତଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା ।

ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଅଜିତଙ୍କ ପରଲୋକ ଘଟିଥିଲା । ତାଙ୍କ ନିଧନ ଏବେ ପିପିଲି ଉପ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ବିଜେଡିର ଗଡ ଭାବେ ପରିଚିତ ପିପିଲି ବିଧାନସଭା ଆସନ ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଖାଲି ପଡିଛି । କରୋନା ଆକ୍ରାନ୍ତରେ ମଧ୍ୟ ପ୍ରଦୀପ ମହାରଥୀଙ୍କ ପ୍ରାଣହାନୀ ଘଟିଥିଲା । ମହାରଥୀ ଏହି ଆସନରୁ ସାତଥର ନିର୍ବାଚନ ଜିତିଛନ୍ତି । ଏବେ ଏହି ଆସନରୁ ତାଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ କରାଯାଇଛି ।

Leave A Reply

Your email address will not be published.