ଲିଭୁନି ନିଆଁ, ଜଳୁଛି ଶହ ଶହ ଶବ

0 68

ଲକ୍ଷେ୍ନø, ୧୮ ।୪: କରୋନାର କରୁଣ ଚିତ୍ର । ଶ୍ମଶାନରେ ଲିଭୁନି ନିଆଁ, ଜଳୁଛି ଶହ ଶହ ଶବ । ଅନ୍ତିମ ସଂସ୍କାର ପାଇଁ ମିଳୁନି ସ୍ଥାନ । ବାଧ୍ୟ ହୋଇ ମୃତଦେହକୁ ବାହାରେ ଛାଡି ଚାଲିଯାଉଛନ୍ତି ପରିବାର ଲୋକ । ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷେ୍ନøରୁ । ଲକ୍ଷେ୍ନøରେ କରୋନାର ସ୍ଥିତି ବେହାଲ ରହିଛି । ସେଠାକାର ଆଲମବାଗ ଅଞ୍ଚଳରେ ଥିବା ନହର ଶଶ୍ମାନ ଘାଟ ବଖାଣୁଛି କରୋନାର କରୁଣ କାହାଣୀ । ଶ୍ମଶାନ ଘାଟରେ ଲିଭୁନି ନିଆଁ । ପ୍ରତିଦିନ ୫୦ରୁ ୬୦ କରୋନାରେ ମୃତ ରୋଗୀଙ୍କ ଅନ୍ତିମ ସଂସ୍କାର ହେଉଛି । ଏପରିକି ଶ୍ମଶାନରେ ଜାଗା ଅଭାବ ପଡୁଛି । ଅନ୍ତିମ ସଂସ୍କାର ପାଇଁ ଲୋକଙ୍କୁ ଲମ୍ବା ଲାଇନ୍ ଲଗାଇବାକୁ ପଡୁଛି । ଫଳରେ ଅଧିକାଂଶ ପରିବାର ଲୋକେ ମୃତଦେହକୁ ମଶାଣି ବାହାରେ ଛାଡି ପଳାଇଯାଉଛନ୍ତି । ବାଧ୍ୟହୋଇ ସଫେଇକର୍ମୀ ଓ ମଶାଣିରେ ଶବଦାହ କରୁଥିବା ବ୍ୟକ୍ତି ସେମାନଙ୍କ ଅନ୍ତିମ ସଂସ୍କାର କରୁଛନ୍ତି । ଆଲମବାଗ ସ୍ଥିତ ନହର ଶବଦାହ ଗୃହରେ ଶ୍ମଶାନ କାର୍ଯ୍ୟ କରୁଥିବା ଜଣେ ପଣ୍ଡିତ କହିଛନ୍ତି, ଗତ ସନ୍ଧ୍ୟାରେ କରୋନା ସଂକ୍ରମିତ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ଗୋରଖପୁରରୁ କିଛି ଲୋକେ ଆସିଥିଲେ । କିନ୍ତୁ ଶ୍ମଶାନରେ ସେତେବେଳେ ଜାଗା ନଥିଲା । ସେମାନଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା । କିନ୍ତୁ ସେମାନେ ଅପେକ୍ଷା ନ କରି ଶ୍ମଶାନର ଗେଟ ବାହାରେ ହିଁ ମୃତଦେହକୁ ଛାଡି ଚାଲି ଯାଇଥିଲେ । ପରେ ବାଧ୍ୟ ହୋଇ ଜଣେ ସଫେଇକର୍ମୀ ଓ ସେ ମିଶି ମୃତଦେହର ଅନ୍ତିମ ସଂସ୍କାର କରିଥିଲେ । ସେପଟେ ଆଲମବାଗର ପୂର୍ବତନ କାଉନସିଲର ଭୁପେନ୍ଦ୍ର ସିଂଙ୍କ କହିଛନ୍ତି, ମୃତଦେହ ପାଇଁ ପ୍ରଶାସନ କୌଣସି ବ୍ୟବସ୍ଥା କରି ନାହିଁ, କରୋନା ସଂକ୍ରମିତଙ୍କ ମୃତଦେହକୁ ଜାଳିବାରେ ବହୁ ଅସୁବିଧା ହେଉଛି, ଶ୍ମଶାନରେ ସ୍ଥାନ ମିଳୁନାହିଁ । ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶ ସମେତ ପୁରା ଦେଶରେ କରୋନାର ସେକେଣ୍ଡ ୱେଭ ଜାରି ରହିଛି । ପ୍ରତିଦିନ ରେକର୍ଡ ସଂଖ୍ୟା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏଥିସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ଲକଡାଉନ୍ ଓ କର୍ଫ୍ୟୁ ଲାଗୁ କରାଯାଇଛି ।

Leave A Reply

Your email address will not be published.