ଲକ୍ଡାଉନ୍ ଅନ୍ତିମ ବିକଳ୍ପ

0 60

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ତୋଫାନ୍ ଭଳି ମାଡିଆସୁଛି । ଆମେ ଏହି ମହାମାରୀର ମୁକାବିଲା ଦୃଢ଼ତାର ସହ କରିଆସୁଛେ । ଆପଣମାନେ କୌଣସି ପରିସ୍ଥିତିରେ ଧୈର୍ଯ୍ୟ ହରାନ୍ତୁ ନାହିଁ । ଲକ୍ଡାଉନ୍ ହେଉଛି ଅନ୍ତିମ ବିକଳ୍ପ । ଆପଣମାନେ କୋଭିଡ୍ ନିୟମକୁ ପାଳନ କଲେ ଏହାର ଆବଶ୍ୟକତା ପଡ଼ିବ ନାହିଁ ବୋଲି ଆଜି ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜ ଭାଷଣ ଆରମ୍ଭରେ ପ୍ରଧାନମନ୍ତ୍ରୀ କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହ ଦେଶର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସଲାମ କରିଥିଲେ ।

କରୋନା କଟକଣା ଦେଶର ସ୍ଥିତି ସୁଧାରିବା ପାଇଁ କଡ଼ାକଡି କରାଯାଉଥିବା କହିବା ସହ ଅମ୍ଲଜାନ ଯୋଗାଣ ବିଷୟରେ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ସେ କହିଥିଲେ ଯେ, ଦେଶର ଅନେକ ସ୍ଥାନରେ ଅମ୍ଳଜାନର ଚାହିଦା ବୃଦ୍ଧି ପାଇଛି । ଯେଉଁମାନେ ଆବଶ୍ୟକ କରନ୍ତି ସେମାନଙ୍କ ପାଇଁ ଅମ୍ଳଜାନ ଉପଲବ୍ଧ କରାଇବାକୁ କେନ୍ଦ୍ର, ରାଜ୍ୟ ସରକାର, ବେସରକାରୀ କ୍ଷେତ୍ର ଚେଷ୍ଟା କରୁଛନ୍ତି । ଏହି ଦିଗରେ ଅନେକ ପଦକ୍ଷେପ ନିଆଯାଉଛି ।

ଏହାସହ ସେ କରୋନା ଭୂତାଣୁ ସହ ଲିବା ପାଇଁ ଦେଶରେ ଉତ୍ପାଦନ ଦେଉଥିବା ଔଷଧ ଏବଂ ଟିକା ବିଷୟରେ କହିଥିଲେ । ଶଯ୍ୟା ବୃଦ୍ଧି ଏବଂ କୋଭିଡ୍ ହସ୍ପିଟାଲ ବୃଦ୍ଧି କରାଯାଉଥିବା ବିଷୟରେ ମଧ୍ୟ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ କାର୍ଯ୍ୟ ଚାଲିଛି । କେତେକ ସହରରେ ବୃହତ୍ କୋଭିଡ ଉତ୍ସର୍ଗୀକୃତ ଡାକ୍ତରଖାନା ର୍ନିମାଣ କରାଯାଉଛି ବୋଲି ସେ କହିଥିଲେ ।

ଟିକାକରଣ ବିଷୟରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦୁଇଟି ଭାରତରେ ନିର୍ମିତ ଟିକା ସହିତ ଭାରତ ବିଶ୍ୱର ସର୍ବବୃହତ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କଲାୟ ଅଦ୍ୟାବଧି, ୧୨କୋଟିରୁ ଅଧିକ ଟିକା ଦିଆଯାଇଛି । ମଇ ୧ରୁ ୧୮ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି । ଏହା ପୂର୍ବରୁ ୪୫ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.