ଲ୍ୟାଣ୍ଡ ରୋଭର ଡିଫେଣ୍ଡରକୁ ୨୦୨୧ ୱାଲ୍ଡକାର ଡିଜାଇନିଂ ଅଫ୍ ଦି ଇୟର ପୁରସ୍କାର

0 77

ଲ୍ୟାଣ୍ଡ ରୋଭରର ଡିଫେଣ୍ଡରକୁ ୨୦୨୧ ୱାଲ୍ଡକାର ଡିଜାଇନିଂ ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି । ବିଚାରକ ମଣ୍ଡଳୀଙ୍କୁ ଡିଫେଣ୍ଡରର ଡିଜାଇନିଂ, ଅଫ୍-ରୋଡ୍ ଦକ୍ଷତା, ୯୦ ଏବଂ ୧୧୦ ବଡି ଡିଜାଇନିଂ, ପ୍ଲଗ୍ ଇନ୍ ହାଇବ୍ରିଡ୍ରୁ ନୂଆ ଭି-୮ ପର୍ଯ୍ୟ” ପାୱାର ଟ୍ରେନ୍ ଆଦି ବେଶ୍ ଆକୃଷ୍ଟ କରିଥିଲା । ଡିଫେଣ୍ଡର ସମ୍ପ୍ରତି ୫୩ ଅ”ର୍ଜାତୀୟ ପୁରସ୍କାର ହାସଲ କରିପାରିଛି । ୨୦୧୮ରେ ରେ ରୋଭର ଭେଲାର ଏବଂ ୨୦୧୨ରେ ରେଞ୍ନଜ ରୋଭର ଇଭାକ୍ୟୁ ପୁରସ୍କାର ହାସଲ କରିଥିଲେ । ନୂଆ ଡିଫେଣ୍ଡରରେ ଲ୍ୟାଣ୍ଡ ରୋଭରର ୭୦ ବର୍ଷର ହଲମାର୍କ ରହିଛି । ୱାଲ୍ଡକାର ଡିଜାଇନିଂ ଅଫ୍ ଦି ଇୟର ପୁରସ୍କାର ଗତ ୧୨ ମାସ ଧରି ଯାନର ପ୍ରଦର୍ଶନ କ୍ଷମତା, ଟେକ୍ନିକାଲ ଇନୋଭେଶନ ଏବଂ ଡିଜାଇନିଂ ଶ୍ରେଷ୍ଠତ୍ୱ ଆଧାରରେ ପ୍ରଦାନ କରାଯାଇଥାଏ । ଏହି ଅବସରରେ ଜାଗୁଆର ଲ୍ୟାଣ୍ଡରୋଭର ଚିଫ୍ କ୍ରିଏଟିଭ୍ ଅଫିସର ପ୍ରଫେସର ଗେରି ମ୍ୟାକ୍ଗୋଭେର୍ନ ଓବିଇ କହିଲେ, ନୂଆ ଡିଫେଣ୍ଡରକୁ ମିଳିଥିବା ଏହି ସମ୍ମାନ ନେଇ ଆମେ ଆନନ୍ଦିତ । ଆମେ ୨୧ ଶତାବ୍ଦୀକୁ ଦୃଷ୍ଟିରେ ରଖି ଡିଫେଣ୍ଡର ନିର୍ମାଣ କରିଥିଲୁ । ଆମର ଲକ୍ଷ୍ୟ ଏବେ ପୂରଣ ହୋଇପାରିଛି । ଏହା ଲ୍ୟାଣ୍ଡରୋଭର ପାଇଁ ଏକ ଗର୍ବର ସମୟ । ଏହା ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରିବା ସହିତ ଗ୍ରାହକମାନଙ୍କୁ ଏକ ଶକ୍ତିଶାଳୀ ଦୀର୍ଘସ୍ଥାୟୀ ବିଶ୍ୱାସଯୋଗ୍ୟ ଉତ୍ପାଦ ଉପଲବ୍ଧ କରାଇବାକୁ ସକ୍ଷମ ହୋଇପାରିଛି । ବିଚାରକ ମଣ୍ଡଳୀରେ ୯୩ ଜଣ ଅ”ର୍ଜାତୀୟ ସାମ୍ବାଦିକଙ୍କୁ ନେଇ ଗଠିତ ୭ଟି ଅଟୋମୋଟିଭ୍ ଡିଜାଇନ ବିଶେଷଜ୍ଞଙ୍କ ଦ୍ୱାରା ଯାନଗୁଡ଼ିକୁ ଶର୍ଟଲିଷ୍ଟ କରାଯାଇଥିଲା । ଡିଜାଇନି ଏକ୍ସପର୍ଟଙ୍କ ମଧ୍ୟରେ ଗେରନୋଟ୍ ବ୍ରାଚଟ୍, ଆଇନ କାଲମ୍, ଗେର୍ଟ ହିଲଡେବ୍ରାଣ୍ଡ୍, ପାଟ୍ରିକ୍ ଲେ କ୍ୟୁମେଂଟ୍, ଟମ୍ ମାଟାନୋ, ଭିକ୍ଟର ନାସିଫ୍, ଶିରୋ ନାକାମୁରା ପ୍ରମୁଖଙ୍କୁ ଅ”ର୍ଭୁକ୍ତ କରାଯାଇଥିଲା । ଡିଫେଣ୍ଡରର ଆଲପାଇନ୍ ଲାଇଟ୍ ୱିଣ୍ଡୋ, ସାଇଡ୍ ହ୍ୟାଙ୍ଗଡ୍ ପଛ ଟେଲଗେଟ୍, ଏକ୍ସଟରନାଲ ମାଉଟେଂଡ୍ ସ୍ପେୟାର ହ୍ୱିଲ୍ ଆଦି ଆକୃଷ୍ଟ କରିଥିଲା । ଏହା ସହିତ ଡିଫେଣ୍ଡରର ପାଇଭ୍ ଷ୍ଟାର୍ ସୁରକ୍ଷା ରେଟିଂକୁ ୟୁରୋ ଏନସିଏପି ପକ୍ଷରୁ ପ୍ରତିପାଦିତ କରାଯାଇଥିଲା । ବଜାର ପ୍ରବେଶଠାରୁ ଡିଫେଣ୍ଡର ୫୦ ଗ୍ଲୋବାଲ ପରିଚିତ ହାସଲ କରିଛି । ସେଥିମଧ୍ୟରେ ୨୦୨୦ର ଟପ୍ ଗିୟରର୍ସ କାର୍ ଅଫ୍ ଦି ଇୟର, ୨୦୨୧ ମୋଟୋର ଟ୍ରେଣ୍ଡସ୍ ଏସ୍ୟୁଭି ଅଫ୍ ଦି ଇୟର ଏବଂ ୨୦୨୦ ଅଟୋକାରର୍ସ ବେଷ୍ଟ ଏସ୍ୟୁଭି ଆଦି ରହିଛି ।

Leave A Reply

Your email address will not be published.