ଇସ୍ତଫା ଦେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

0 72

ଚେନ୍ନାଇ, ୩ ।୫: ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ । ଏଆଇଏଡିଏମକେ ବିଧାନସଭାରେ ମାତ୍ର ୭୫ଟି ଆସନ ଜିତିଥିବାରୁ ପୁଣି ସରକାର ଗଠନ କରିବାକୁ ଯୋଗ୍ୟତା ହରାଇଛି । ଏହି କାରଣରୁ ପଲାନିସ୍ୱାମୀ ନିୟମ ଅନୁସାରେ ରାଜ୍ୟପାଳଙ୍କ ପାଖକୁ ନିଜର ଇସ୍ତଫାପତ୍ର ପଠାଇଛନ୍ତି । ସାଲେମରୁ ନିଜ ସଚିବଙ୍କ ଜରିଆରେ ସେ ପଠାଇଥିବା ଇସ୍ତଫାପତ୍ର ଦିନ ୧ଟା ବେଳକୁ ରାଜଭବନରେ ପହଞ୍ଚିଛି । ରାଜ୍ୟପାଳ ଏହାକୁ ଗ୍ରହଣ କରିବା ପରେ ନିର୍ବାଚନରେ ବହୁମତ ହାସଲ କରିଥିବା ଡିଏମକେ ପ୍ରମୁଖ ଏମକେ ଷ୍ଟାଲିନ ସରକାର ଗଠନ ପାଇଁ ଦାବି ଜଣାଇବେ । ଷ୍ଟାଲିନ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତା ୭ ତାରିଖରେ ଶପଥ ନେବେ । ଅନ୍ୟପକ୍ଷରେ ନୂଆ ସରକାର ଗଠନ ପାଇଁ ଆବଶ୍ୟକ ବ୍ୟବସ୍ଥା ସରକାରୀ ଅଧିକାରୀମାନେ ଆରମ୍ଭ କରିଛନ୍ତି । ଏଡିଏମକେ ଓ କଂଗ୍ରେସ ମେଣ୍ଟ ୨୩୪ ବିଧାନସଭା ଆସନରୁ ୧୫୭ଟିରେ ଜିତିଛନ୍ତି । ପରାଜୟକୁ ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ଡିଏମକେକୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଏମକେ ଷ୍ଟାଲିନଙ୍କୁ ଅନେକ ଅନେକ ଶୁଭେଚ୍ଛା । ପଲାନିସ୍ୱାମୀଙ୍କ ଏପରି ଶୁଭେଚ୍ଛାକୁ ଷ୍ଟାଲିନ ମଧ୍ୟ ଧନ୍ୟବାଦ ଜଣାଇ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଉତ୍ତମ ତାମିଲନାଡୁ ଗଠନ ପାଇଁ ଆପଣଙ୍କ ସହଯୋଗ ଓ ପରାମର୍ଶ ଜରୁରୀ । ଗଣତନ୍ତ୍ର ହେଉଛି ସରକାର ଓ ବିରୋଧୀଙ୍କ ଯୁଗଳବନ୍ଦୀ । ଗଣତନ୍ତ୍ରର ସୁରକ୍ଷା କରାଯାଉ ।

Leave A Reply

Your email address will not be published.