ଅନନ୍ତନାଗ ଏନକାଉଂଟର ଶେଷ : ୩ ଆତଙ୍କବାଦୀ ନିପାତ

Jammu and Kashmir, Aug 30 (ANI): Indian Army personnel stand guard during an encounter with militants at Pantha Chowk in Srinagar on Sunday. (ANI Photo)
0 66

ଅନନ୍ତନାଗ : ମଙ୍ଗଳବାର ସକାଳେ ଅନନ୍ତନାଗ ଜିଲ୍ଲାର କୋକେରନାଗର ବାଇଲି ଅଂଚଳରେ ଆତଙ୍କବାଦ ଏବଂ ସୁରକ୍ଷାବାହିନୀ ମଧ୍ୟରେ ହୋଇଥିବା ଏନକାଉଂଟରରେ ତିନିଜଣ ଆତଙ୍କବାଦୀ ମୃତ୍ୟୁ ବରଣ କରିଛନ୍ତି । ଏହା ବ୍ୟତୀତ ସର୍ଚ୍ଚ ଅପରେସନ ଶେଷ ହେବା ସହିତ ଏନକାଉଂଟର ଶେଷ ହୋଇଛି । ମୃତ୍ୟୁବରଣ କରିଥିବା ୩ ଆତଙ୍କୀମାନେ ଲସ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନ ସହିତ ଜଡ଼ିତ । ନିହତ ହୋଇଥିବା ଆତଙ୍କବଦୀମାନେ ଇଲିୟାସ ଅହମଦ ଦାର ପୁତ୍ର ବଶୀର ଅହମ୍ମଦ ଦାର, ବାଟମାଲୁ ଶ୍ରୀନଗର ଉବେଦ ଶାଫି ପୁଅ ମହମ୍ମଦ ଶାଫି ଦାର ଏବଂ ଅକିବ ଅହମ୍ମଦ ଲୋନ ପୁତ୍ର ମହମ୍ମଦ ଅମୀନ ଲୋନ ବୋଲି ଜଣାପଡ଼ିଛି । ତେବେ ଏହା ଏହା ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ । ସୁରକ୍ଷାବାହୀନି ଆତଙ୍କବାଦୀ ଶବ ସହିତ ସେମାନଙ୍କର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରିଛନ୍ତି ।


ସୂଚନା ଅନୁସାରେ ମଙ୍ଗଳବାର ସକାଳେ ଅନନ୍ତନାଗ ଜିଲ୍ଲାର ବାଇଲୋ ଅଂଚଳରେ ଆତଙ୍କବାଦୀ ମାନେ ଲୁଚିଥିବାର ସୁରକ୍ଷା ବାହିନୀ ସୂଚନା ପାଇଥିଲେ । ସୂଚନାକୂ ଭିତି କରି ଏନଜିଓ, ସେନାର ୧୯ ଆରଆର ଏବଂ ସିଆରପିଏଫ ର ୧୯ ବାଟାଲିୟନର ଯବାନମାନେ ସେ ଅଂଚଳରେ ପହଂଚି ଘେରାବନ୍ଦୀ ଆରମ୍ଭ କରିଦେଇଥିଲେ । ଏହି ସମୟରେ ଆତଙ୍କବାଦୀମାନେ ସୁରରକ୍ଷାବାହୀନି ଉପରକୁ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ଯାହାଫଳରେ ଏନକାଉଂଟର ଆରମ୍ଭ ହୋଇଯାଇଥିଲା । ଏହି ଏନକାଉଂଟରରେ ସୁରକ୍ଷାବାହିନଦ୍ୱାରା ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ଏହି ସମୟରେ ଆଇଜିପି କଶ୍ମୀର ବିଜୟ କୁମାର ଏହି ୩ ଆତଙ୍କବାଦୀଙ୍କ ହତ୍ୟାକୁ ଜାଣିବା ପରେ କହିଛନ୍ତି ଯେ, ଏନକାଉଂଟର ସମୟରେ ଆତଙ୍କବାଦୀମାନଙ୍କୁ ଅନେତ ଥର ଆତ୍ମ ସମର୍ପଣ କରିବାପାଇଁ ସୁଯୋଗ ଦିଆଯାଇଥିଲା । କିନ୍ତୁ ସେମାନେ ତାହା ମାନିନଥିଲେ । ତେଣୁ ଏନକାଉଂଟର ବେଳେ ୩ ଆତଙ୍କବାଦ ନିହତ ହୋଇଛନ୍ତି । ସେମାନେ ସ୍ଥାନୀୟ ଥିଲେ ।

Leave A Reply

Your email address will not be published.