ସମ୍ବିତ ପାତ୍ରଙ୍କୁ ଛତିଶଗଡ଼ ପୋଲିସର ନୋଟିସ୍

0 63

ରାୟପୁର୨୩ ।୫: କଥିତ “ଟୁଲକିଟ୍’ ପ୍ରସଙ୍ଗରେ ଛତିଶଗଡ଼ ପୋଲିସ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ନୋଟିସ୍ ଜାରି କରିଛି । ପୋଲିସ ନୋଟିସ୍ରେ ପାତ୍ରଙ୍କୁ ୨୩ ମେ ଅପରାହ୍ନ ୪ଟା ସୁଦ୍ଧା ରାୟପୁର ସିଭିଲ ଲାଇନ୍ ଥାନାରେ ହାଜର ହେବାକୁ କୁହାଯାଇଛି । ଟୁଲ୍କିଟ୍ ପ୍ରସଙ୍ଗରେ ଭ୍ରମାତ୍ମକ ଖବର ପ୍ରସାରଣ ନେଇ ପାତ୍ରଙ୍କ ବିରୋଧରେ ରୁଜୁ ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ନୋଟିସ୍ ପଠାଇଛି । ଛତିଶଗଡ଼ ଏନଏସୟୁଆଇ ମୁଖ୍ୟ ଆକାଶ ଶର୍ମା ଭାରତୀୟ ଦଣ୍ଡବିଧି ଆଇନ ଧାରାରେ ଏହି ଅଭିଯୋଗ ରୁଜୁ କରିଛନ୍ତି । ଶର୍ମାଙ୍କ ଏହି ଅଭିଯୋଗରେ କଂଗ୍ରେସ ରିସର୍ଚ୍ଚ ୱିଙ୍ଗ ପ୍ରମୁଖ ରୋହନ ଗୁପ୍ତା ସହ ଅଭିଯୋଗକାରୀ ଥିବା ବେଳେ ପୋଲିସ ପାତ୍ରଙ୍କୁ ଭିଡିଓ କନଫରେନସିଂ ହେଉ ଅଥବା ବ୍ୟକ୍ତିଗତ ଭାବେ ଆସି ଥାନାରେ ହାଜର ହେବାକୁ ନୋଟିସ୍ରେ କହିଛି । ଯଦି ପାତ୍ର ପୋଲିସର ଜବାବ ନ ଦିଅନ୍ତି ତେବେ ବାଧ୍ୟ ହୋଇ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାକୁ ପଡିବ ବୋଲି ମଧ୍ୟ ତାଙ୍କୁ ସତର୍କ କରାଯାଇଛି । ଏହା ପୂର୍ବରୁ ପୋଲିସ ମାମଲାରେ ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ନିଜ ଘରେ ଉପସ୍ଥିତ ରହିବାକୁ ପୋଲିସ ନୋଟିସ୍ ଜାରି କରିଥିଲା । କୋଭିଡ ମହାମାରୀରେ ଦେଶରେ ପ୍ରଧାନମନ୍ତ୍ରୀଙ୍କ ଛବି ଖରାପ କରିବା ଲାଗି କଂଗ୍ରେସ ଟୁଲକିଟ୍ ବ୍ୟବହାର କରିଥିବା ନେଇ ବିଜେପି ମେ ୧୮ ତାରିଖ ଦିନ ଅଭିଯୋଗ କରିଥିଲା । ଏ ନେଇ ପାତ୍ର ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏକ ପୃଷ୍ଠା ସେୟାର କରିଥିଲେ । ଯେଉଁଥିରେ ମହାମାରୀ କାଳରେ ଅସହାୟଙ୍କ ସହାୟତା ନିମନ୍ତେ କଂଗ୍ରେସର “ଟୁଲ କିଟ୍’ କୁ ଦେଖନ୍ତୁ ଓ ଆପଣ ନିଜେ କଂଗ୍ରେସର ଏଜଣ୍ଡା ପଢନ୍ତୁ ।

Leave A Reply

Your email address will not be published.