ପାରଳାରେ ର୍ୟାପିଡ ରେସପନ୍ସ ଟିମର ସଚେତନତା

0 63

ପାରଳାଖେମୁଣ୍ଡି,୨୪ା୫ : ପାରଳାଖେମୁଣ୍ଡି ପୌରାଞ୍ଚଳରେ କରୋନା ପରିସ୍ଥିତିକୁ ସମ୍ଭାଳିବା ପାଇଁ ର୍ୟାପିଡ ରେସପନ୍ସ ଟିମର ସଚେତନ କାର୍ଯ୍ୟକ୍ରମ ଚାଲୁରହିଛି । କରୋନାର ଦ୍ୱିତୀୟ ଲହରୀରେ ଜିଲ୍ଲାର ସମୁଦାୟ ସଂଖ୍ୟାରୁ ଅର୍ଦ୍ଧାଧିକ ପ୍ରତ୍ୟେକ ଦିନ ପାରଳାଖେମୁଣ୍ଡି ସହରରୁ ଚିହ୍ନଟ ହେଉଛନ୍ତି । ଏହାକୁ ମୁକାବିଲା କରିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ପାରଳାଖେମୁଣ୍ଡି ପୌରାଞ୍ଚଳରେ ଆପାତକାଳୀନ ପରିସ୍ଥିତିର ମୁକାବିଲା କରିବାପାଇଁ ୫ଟି ଭ୍ରାମ୍ୟମାଣ ର୍ୟାପିଡ ରେସପନ୍ସ ଟିମ ଗଠନ କରାଯାଇଛି । ଏମାନେ ଘରେ ଘରେ ସ୍ୱାସ୍ଥ୍ୟସେବା ପ୍ରଦାନ ସହ ସଚେତନ କରୁଥିବାର ଲକ୍ଷ୍ୟ କରାଯାଇଛି । ଆପାତକାଳୀନ ପରିସ୍ଥିତିରେ ଦିଆଯାଇଥିବା ହେଲ୍ପଲାଇନ ନମ୍ବରକୁ କଲ୍କଲେ ଉକ୍ତ ଟିମ୍ ତୁରନ୍ତ ପହଞ୍ôଚ ରୋଗୀ ବା ସନ୍ଧିଗ୍ଧଙ୍କୁ ତୁରନ୍ତ କୋଭିଡ୍ ହସ୍ପିଟାଲ କିମ୍ବା କୋଭିଡ୍ କେୟାର ସେଣ୍ଟରକୁ ନେବାରେ ସହାୟକ ହେଉଛନ୍ତି । ପ୍ରତି ଟିମ୍ରେ ଜଣେ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ ନିଯୁକ୍ତ ହୋଇଛନ୍ତି । ତେଣୁ ଯେ କୌଣସି ବ୍ୟକ୍ତି କୋଭିଡ୍ ସଂକ୍ରମଣର ଯେ କୌଣସି ସମସ୍ୟା ଥିଲେ ଏହି ହେଲ୍ପଲାଇନ ସହ ଯୋଗାଯୋଗ କରିବା ପାଇଁ କୁହାଯାଇଛି । ଏହି ସବୁ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ପୌରପରିଷଦର କାର୍ଯ୍ୟ ନିର୍ବହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ତତ୍ୱାବଧାନରେ ସହକାରୀ ଉପଜିଲ୍ଲାପାଳ ତଥା ପାରଳାଖେମୁଣ୍ଡି ପୌରପରିଷଦ ନିମନ୍ତେ କୋଭିଡ୍ ପରିଚାଳନା ନିମନ୍ତେ ନିଯୁକ୍ତ ହୋଇଥିବା ସ୍ୱତନ୍ତ୍ର ଅଧିକାରୀ ଜୁବୁଲି ବେହେରାଙ୍କ ତଦାରଖରେ ପରିଚାଳିତ ହେଉଛି ।

Leave A Reply

Your email address will not be published.